26.1 C
Bhubaneswar
Wednesday, March 25, 2026
Homeଅପରାଧପରକିୟା ପ୍ରିତି ସନ୍ଦେହରେ ସ୍ତ୍ରୀର ଗଳାକାଟି ହତ୍ୟା ଉଦ୍ୟମ

ପରକିୟା ପ୍ରିତି ସନ୍ଦେହରେ ସ୍ତ୍ରୀର ଗଳାକାଟି ହତ୍ୟା ଉଦ୍ୟମ

ମୟୂରଭଞ୍ଜ : ବିବାହର ୫ବର୍ଷ ପରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କଲା ସ୍ଵାମୀ । ବିବାହ ବେଦୀରେ ଦଶ ଦୋଷ କ୍ଷମା କରିବାର ପ୍ରତିଶୃତି ଦେଇ ଭୁଲିଗଲା ସ୍ଵାମୀ। ସୁଖଦୁଃଖକୁ ସାମ୍ନା କରି ହସଖୁସି ଭିତରେ ନିଜ ସଂସାରକୁ ସ୍ଵାମୀ ସ୍ତ୍ରୀ ଉତ୍ତମ ବୁଝାମଣା ଭିତ୍ତିରେ ଆଗକୁ ବଢୁଥିବା ବେଳେ କାଳ ହେଲା ମୋବାଇଲ । ସ୍ଵାମୀ ସ୍ତ୍ରୀର ପବିତ୍ର ସଂପର୍କର ଅତୁଟବନ୍ଧନରେ ଫାଟ ସୃଷ୍ଟି କଲା ମୋବାଇଲ। ପରକିୟାପ୍ରିତି ସନ୍ଦେହରେ ସ୍ତ୍ରୀର ଗଳା କାଟିଲା ସ୍ବାମୀ । ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା କଷିବିଲ ଗ୍ରାମରେ । ଘଟଣାରୁ ଜଣାପଡ଼ିଛି କି ସେହି ଗ୍ରାମର ମଙ୍ଗୁଳି ନାଏକ ପୁଅ ବିରଞ୍ଚି ନାଏକ (୨୮) ୫ ବର୍ଷ ପୂର୍ବରୁ ନିକଟସ୍ଥ ହୁଡିସାହୀ ଗ୍ରାମର କୁନ୍ତଳା ନାଏକଙ୍କ ଝିଅ ପ୍ରଭାତୀ (୨୨)କୁ ବିବାହ କରିଥିଲା । ବିବାହର କିଛିଦିନ ହସଖୁସିରେ କଟିଥିବା ବେଳେ ୩ବର୍ଷର ଗୋଟିଏ କନ୍ୟାସନ୍ତାନ ଅଛି। ପ୍ରଭାତିଙ୍କ ମୋବାଇଲକୁ ବାରମ୍ବାର ଅଜଣା ଫୋନକଲକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇ ସନ୍ଦେହର ରୂପ ନେଇଥିଲା । ଏହିକଥାକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ କଳିଝଗଡା ହେଉଥିଲା । ଏମିତିକି ୨ମାସ ପୂର୍ବରୁ ବିରଞ୍ଚି ସ୍ତ୍ରୀ କୁ ନିସ୍ତୁକ ମାଡ଼ ମାରିବାରୁ ସ୍ତ୍ରୀ ପ୍ରଭାତୀ ଯାଇ ବାପ ଘରେ ରହୁଥିଲା । ତେବେ ଗୁରୁବାର ଅପରାହ୍ନ ୩ ଘଟିକା ସମୟରେ ବିରଞ୍ଚି ହଠାତ୍ ଶଶ୍ବୁର ଘରେ ପହଞ୍ଚି ପ୍ରଭାତୀକୁ ମାରଧର କରିବା ସହିତ ଏକ ଧାରୁଆ ଛୁରିରେ ପ୍ରଭାତୀର ତଣ୍ଟିକାଟି ଦେଇଥିଲା। ପାଟିଶୁଣି ଗାଁ ଲୋକେ ପହଞ୍ଚିବାରୁ ବିରଞ୍ଚି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ତେବେ ଆହତ ପ୍ରଭାତୀକୁ ଗାଁ ଲୋକଙ୍କ ଉଦ୍ୟମରେ ସଙ୍ଗେ ସଙ୍ଗେ କପ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇ ଭର୍ତ୍ତି କରିଥିଲେ । ମାତ୍ର ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ପ୍ରଭାତୀଙ୍କ ମାଆ ଏ ସମ୍ପର୍କରେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲା ବେଳେ ଅଭିଯୋଗକୁ ଭିତ୍ତିକରି କପ୍ତିପଦା ଥାନା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking