25.1 C
Bhubaneswar
Saturday, December 6, 2025
Homeଓଡିଶାବସ୍‌ଷ୍ଟାଣ୍ଡରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତ ଗିରଫ

ବସ୍‌ଷ୍ଟାଣ୍ଡରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମା ଝିଅଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ବସ୍‌ଷ୍ଟାଣ୍ଡରେ ମା’ ଝିଅ ଶୋଇଥିବା ସମୟରେ ଜଣେ ବ୍ୟକ୍ତି ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସୂଚନା ମିଳିଛି । ଅଭିଯୋଗ ଅଧାରରେ ଭରତପୁର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକୁ ଗଞ୍ଜାମ ବେଗୁନିଆପଡାର ପବିତ୍ର କହଁର ବୋଲି ଚିହ୍ନଟ କରାଯାଇଛି । ସୂଚନା ଅନୁସାରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପ୍ରଥମେ ଅଭିଯୁକ୍ତ ଜଣକ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା ।

ସେହି ସମୟରେ ନାବାଳିକା ଝିଅଟିର ମାଆ ବିରୋଧ କରିବାରୁ ମହିଳାଙ୍କୁ ମଧ୍ୟ ବଳାତ୍କାର ଉଦ୍ୟମ କରିଥିଲା ଅଭିଯୁକ୍ତ । ମହିଳା ଜଣକ ଚିତ୍କାର କରିବାରୁ ସେଠାରୁ ଦୌଡି ପଳାଇ ଯାଇଥିଲା ଅଭିଯୁକ୍ତ । ଚିତ୍କାର ଶୁଣି ଆଖପାଖର ଲୋକ ସେଠାରେ ପହଞ୍ଚିଥିଲେ । ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ବସ୍ ଧରି ଖସି ପଳାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ ବସ୍‌ଷ୍ଟାଣ୍ଡରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking