34.1 C
Bhubaneswar
Tuesday, March 24, 2026
Homeଓଡିଶାପତ୍ନୀଙ୍କୁ ଇଟାରେ ଛେଚି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

ପତ୍ନୀଙ୍କୁ ଇଟାରେ ଛେଚି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

ପୁରୀ: ପ୍ରାୟ ଦେଢ଼ ବର୍ଷ ପୂର୍ବେ ବିବାହ କରି ପାରିବାରିକ ଅଶାନ୍ତି ଯୋଗୁ ବାପ ଘରେ ରହୁଥିବା ପତ୍ନୀଙ୍କୁ ଇଟାରେ ଛେଚି ହତ୍ୟା ଉଦ୍ୟମ କରିଥିବା ସ୍ଵାମୀକୁ ଆଜି ପୁଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ସଦର ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଆଜି ଅଭିଯୁକ୍ତ ସ୍ବାମୀକୁ ଗିରଫ ପରେ କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଠରନଳା ଗୋପୀନାଥପୁର ଗାଁର ରାଧାମଣି ନନ୍ଦ ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅର ଗତ ଦେଢ଼ ବର୍ଷ ପୂର୍ବେ ଟାଉନ ଥାନା ଅନ୍ତର୍ଗତ ମାର୍କେଟ ଛକ ଦଇତାପଡ଼ାସାହିର ଅରୁଣ ତ୍ରିପାଠୀ(୩୦)ଙ୍କ ସହିତ ବିବାହ ହୋଇଥିଲା।

ମାତ୍ର ସେମାନଙ୍କର ପାରିବାରିକ କଳହକୁ କେନ୍ଦ୍ର କରି ଝିଅ ଆସି ତାଙ୍କ ପାଖରେ ରହୁଥିଲେ। ମାତ୍ର ଗତ ୧୮ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ତାଙ୍କ ଜ୍ଵାଇଁ ଅରୁଣ ନିଶାସକ୍ତ ଅବସ୍ଥାରେ ଆସି ତାଙ୍କୁ ଅସଦାଚରଣ କରିବା ସହିତ ତାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ନେବାକୁ ଚେଷ୍ଟା କରିଥିଲା। ଏହି ସମୟରେ ତାଙ୍କ ଝିଅ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବା ସହ ଏକ ଇଟାରେ ଛେଚି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲା। ଏନେଇ ରାଧାମଣି ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଅରୁଣକୁ ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ। ସୂଚନାଯୋଗ୍ୟ ଯେ ଅରୁଣ ବିରୋଧରେ ପୂର୍ବରୁ ଦୁଇଟି ନିଶା କାରବାର ମାମଲା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking