ଭୁବନେଶ୍ୱର: ଶଳାର ଭୁଜାଲି ଚୋଟରେ ଭିଣୋଇ ଗୁରୁତର । ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳ ରଣସିଂହପୁର ହନୁମାନ ମନ୍ଦିର ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଭିଣୋଇ ଲୋକନାଥ ସ୍ୱାଇଁଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ପୂର୍ବ ଶତ୍ରୁତାରୁ ଏଭଳି ଘଟିଥିବା ସୂଚନା ମିଳିଥିବା ବେଳେ ଅଭିଯୁକ୍ତକୁ ଅଟକ ରଖି ତମାଣ୍ଡୋ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ।