22.1 C
Bhubaneswar
Sunday, December 14, 2025
Homeଓଡିଶାବିଷ ପିଇ ନର୍ସିଂ ଯୁବତୀଙ୍କ ଜୀବନ ହାରିବାକୁ ଉଦ୍ୟମ

ବିଷ ପିଇ ନର୍ସିଂ ଯୁବତୀଙ୍କ ଜୀବନ ହାରିବାକୁ ଉଦ୍ୟମ

ନବରଙ୍ଗପୁର: ଏକତରଫା ପ୍ରେମର କରୁଣ ପରିଣତି । ଫଟୋ ଭାଇରାଲ ପରେ ଜୀବନ ହାରିବାକୁ ଯୁବତୀଙ୍କ ଉଦ୍ୟମ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳର  ଏହି ଘଟଣା । ଲଜ୍ଜ୍ୟା ଓ ଅପମାନ ଭୟରେ  ଜଣେ ନର୍ସିଂ ଯୁବତୀ ଜଣଙ୍କ ଜୀବନ ହାରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ରାଇଘର ଥାନାରେ ଏନେଇ ଫଟୋ ଭାଇରାଲ କରିଥିବା ଯୁବକଙ୍କ ନାଁ ରେ ଏତଲା ପରେ ତଦନ୍ତ କରୁଛି ପୋଲିସ ।  ଏ ସଂପୃକ୍ତ ଯୁବକ ଜଣଙ୍କ ପୂର୍ୱରୁ ବି  ଏକତରଫା ପ୍ରେମ ବ୍ୟାପାରକୁ ନେଇ ଯୁବତୀଙ୍କୁ ରାସ୍ତାରେ ଅଟକାଇ ମାରଧର କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଜୟପୁର ଥାନାରେ ଯୁବତୀଙ୍କର ପରିବାର ପକ୍ଷରୁ  ଏଫଆଇଆର ଦିଆଯାଇଥିଲେ ବି  ପୁଲିସ କୌଣସି କାଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ କିଛି ଫଟୋ , ଅଭିଯୁକ୍ତ ଯୁବକ ଜଣଙ୍କ ସୋସିଆଲ ମିଡିଆରେ ଭାଇରାଲ  ହେବା ପରେ ଲୋକ ଲଜ୍ଜା ସହିନପାରି ଯୁବତୀ ବିଷ ପିଇଦେଇଥିବା ସଙ୍ଗୀନ ଅଭିଯୋଗ ହୋଇଛି । ଆଜି ରାଇଘର ଥାନାରେ ପୀଡିତାଙ୍କ ପରିବାର ଲୋକେ  ଲିଖିତ ଅଭିଯୋଗ କରିବା ପରେ  ରାଇଘର ପୋଲିସ ପୀଡିତାଙ୍କ ଷ୍ଟେଟମେଣ୍ଟ ରେକର୍ଡ କରିଛି । ବର୍ତ୍ତମାନ ପଯ୍ୟନ୍ତ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିନଥିବା ସୂଚନା ମିଳିଛି । ହେଲେ ବିଷ ପିଇଥିବା ଯୁବତୀ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଖବର ପ୍ରସାରଣ ପରେ ତାଙ୍କୁ ବର୍ତ୍ତମାନ ପୋଲିସ ଉପସ୍ଥିତିରେ ମେଡିକାଲ ପଠାଯାଇଛି । ପୀଡିତାଙ୍କ ପରିବାର ଅଭିଯୋଗ ନେଇ  ପୋଲିସର ପ୍ରତିକ୍ରିୟା ଏଯାଏ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking