32.1 C
Bhubaneswar
Thursday, June 5, 2025
Homeଓଡିଶାଜଳେଶ୍ବରରେ ଖଣି ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ

ଜଳେଶ୍ବରରେ ଖଣି ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ

ଜଳେଶ୍ବର: ଜଳେଶ୍ବରରେ ଖଣି ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ୫ ଖଣି ଅଧିକାରୀ । ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ ଖବର ପାଇ ଚଢ଼ାଉ ପାଇଁ ଯାଇଥିଲେ ଖଣି ବିଭାଗର ସ୍ବତନ୍ତ୍ର ଟିମ୍ । ଏହି ସମୟରେ ଖଣି ଅଧିକାରୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରାକ୍ଟର । ଟ୍ରାକ୍ଟର ଛାଡ଼ି ଡ୍ରାଇଭର ଫେରାର ଥିବାବେଳେ ଥାନାରେ ଏତଲା ଦେଇଛନ୍ତି ଖଣି ଅଧିକାରୀ । ସୂଚନା ଅନୁସାରେ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଲି ଉତ୍ତୋଳନ ହେବା ନେଇ ଅଭିଯୋଗ ପାଇବା ପରେ ବାଲେଶ୍ୱର ଜିଲ୍ଲା ଖଣି ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking