30.1 C
Bhubaneswar
Thursday, February 5, 2026
Homeଓଡିଶାନାବାଳିକାକୁ ଗଣବଳାତ୍କାର ଉଦ୍ୟମ

ନାବାଳିକାକୁ ଗଣବଳାତ୍କାର ଉଦ୍ୟମ

ମୟୁରଭଞ୍ଜ: ମୟୁରଭଞ୍ଜରୁ ଆସିଛି ଏକ ଲଜ୍ଜାଜନକ ଘଟଣା। ଟ୍ୟୁସନ୍‌ରୁ ଟେକିନେଇ ନାବାଳିକାକୁ ଗଣବଳାତ୍କାର ଉଦ୍ୟମ କରିଥିବା ନେସୂଚନା ମିଳିଛିସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଗଣବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ନାବାଳିକାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୪ ଜଣ ଫେରାର ହୋଇଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ନାବାଳିକା ଜଣକ ଘରୁ ବାହାରି ଟ୍ୟୁସନ୍‌ ଯାଇଥିଲେ। ହେଲେ ପୁରୁଷ ବନ୍ଧୁଙ୍କ ସହ ଅନ୍ୟ ୪ଜଣ ଯୁବକ ଟ୍ୟୁସନ୍‌ରୁ ନାବାଳିକାଙ୍କୁ ଉଠାଇ ନେଇ ଏକ ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲେ। ସେଠାରେ ନାବାଳିକାଙ୍କୁ ଗଣବଳାତ୍କାର ଉଦ୍ୟମ କରାଯାଇଥିଲା। ହେଲେ ନାବାଳିକା ଜଣକ କୌଶଳ କ୍ରମେ ଖସିଆସି ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ପୋଲିସ ଗିରଫ କରିଛି। ହେଲେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନେ ଫେରାର ହୋଇଯାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking