ଭୁବନେଶ୍ୱର: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କର ସମ୍ପୃକ୍ତି ନାହିଁ କହିଲା ବିଜେଡି । ପ୍ରେସମିଟରେ ସରକାରଙ୍କୁ ଟାର୍ଗେଟ କଲେ ପ୍ରମିଳା ମଲ୍ଲିକ , ଭୃଗୁ ବକ୍ସି ପାତ୍ର । ନୂଆପଡା ଉପନିର୍ବାଚନକୁ ଦେଖି ସରକାର ନୂଆ ଚକ୍ରାନ୍ତ କରିଛନ୍ତି । ଜିଲ୍ଲାର ମନ୍ତ୍ରୀ ବିଭୂତି ଜେନାଙ୍କୁ ବଞ୍ଚାଇବା ପାଇଁ ଷଡଯନ୍ତ୍ର ହୋଇଛି । ବିକ୍ରମ ପଣ୍ଡାଙ୍କ ରାଜନୈତିକ କ୍ୟାରିୟରକୁ ନଷ୍ଟ ଉଦ୍ୟମ ହୋଇଛି । ଆଜି ପୀତବାସ ହତ୍ୟା ମାମଲାରେ ବ୍ରହ୍ମପୁର ଏସପି ପ୍ରେସମିଟ କରି ତଥ୍ୟ ଖୁଲାସା କରିଛନ୍ତି । ଘଟଣାରେ ୧୨ ଜଣ ଙ୍କୁ ଗିରଫ କରାଯାଇଛି ।










