27.1 C
Bhubaneswar
Wednesday, February 4, 2026
Homeଓଡିଶାସାଙ୍ଗକୁ ଜିଅନ୍ତା ଜାଳି ଦେବାକୁ ଉଦ୍ୟମ: ୨ ଗିରଫ

ସାଙ୍ଗକୁ ଜିଅନ୍ତା ଜାଳି ଦେବାକୁ ଉଦ୍ୟମ: ୨ ଗିରଫ

ପାରାଦୀପ: ସାଙ୍ଗକୁ ଜିଅନ୍ତା ଜାଳି ଦେବାକୁ ଉଦ୍ୟମ। ପାରାଦୀପ ନେହରୁବଙ୍ଗଳାରେ ନିକଟରେ ଘଟିଛି ଏଭଳି ଘଟଣା। ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କଲା ପୁଲିସ। ଅଭିଯୁକ୍ତ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୂର୍ବତନ କାଉନସିଲର ଥିବା ଜଣାପଡିଛି ।ଗତ ସନ୍ଧ୍ୟାରେ ନେହରୁବଙ୍ଗଳା ରାସ୍ତାରେ ପୁଲିସ ଚେକିଂ ଚାଲିଥିବା ସମୟରେ ପାରାଦୀପ ତାରିଣୀଗଡାର ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ବାଇକ ସହ ଧରା ପଡିଥିଲେ। ପୁଲିସଠାରୁ ଖସାଇ ନେବା ପାଇଁ ଉକ୍ତ ଯୁବକ ନେହରୁବଙ୍ଗଳାର ଦୁଇ ଜଣ ସାଙ୍ଗଙ୍କୁ ଫୋନ କରି ଡକାଇଥିଲେ। ସାଙ୍ଗ ଦୁଇ ଜଣ ପହଞ୍ଚି ପୁଲିସ ସହ ଯୁକ୍ତିତର୍କ କରିଥିଲେ। ପୁଲିସ ନ ଛାଡିବାରୁ ସେ ସ୍ଥାନରୁ ପଳେଇ ଯାଇ କିଛି ସମୟ ଭିତରେ ପେଟ୍ରୋଲ, ଦିଆସିଲି ସହ ଫେରିଥିଲେ। ବାଇକ ଏବଂ ସେମାନଙ୍କ ସାଙ୍ଗ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରିଥିଲେ। ଏହା ଦେଖି ଉପସ୍ଥିତ ପୁଲିସ କର୍ମଚାରୀମାନେ ଯୁବକଙ୍କୁ ଉଦ୍ଧାର କରି ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking