24.1 C
Bhubaneswar
Tuesday, February 24, 2026
Homeଅପରାଧସ୍କ୍ୱାର୍ଡକୁ ଆକ୍ରମଣ ଘଟଣା: ୩ ଗିରଫ

ସ୍କ୍ୱାର୍ଡକୁ ଆକ୍ରମଣ ଘଟଣା: ୩ ଗିରଫ

ଆଠଗଡ଼: ଗଞ୍ଜେଇ ଚାଲାଣ ବେଳେ ସ୍ୱତନ୍ତ୍ର ସ୍କ୍ୱାର୍ଡକୁ ଆକ୍ରମଣ ଘଟଣା । ତିଗିରିଆ ପୋଲିସ ଆକ୍ସନ ନେଇ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ। କଟକ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶକ୍ରମେ ଚୋରା ଗଞ୍ଜେଇ କାରବାର ଉପରେ ରୋକ ଲଗାଇବା ପାଇଁ ନୂତନ ଭାବେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହୋଇଛି । କୌଣସି ସୁତ୍ରରୁ ଖବର ପାଇ ତିଗିରିଆ ଥାନା ନୂଆପାଟଣା ଡାକ ଘର ପଛ ପଟେ ଥିବା ଏକ ଦୁଇ ମହଲା ଘରେ ଚଢାଉ କରିଥିଲା । ଏହି ଚଢାଉ ପାଇଁ ଆସୁଥିବା ବେଳେ ମାଫିଆଙ୍କ ଆକ୍ରୋଶର ଶିକାର ହୋଇଥିଲେ ପୋଲିସ । ମାଫିଆମାନେ ପ୍ରଥମେ ଦୁର୍ବ୍ୟବହାର ଏବଂ ପରେ ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ ।ଯାହାଫଳରେ ଉଭୟ ପୋଲିସ ଓ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲେ ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking