30.1 C
Bhubaneswar
Saturday, March 21, 2026
Homeଓଡିଶାପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ: ନବୀନଙ୍କ ତୀବ୍ର ନିନ୍ଦା

ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ: ନବୀନଙ୍କ ତୀବ୍ର ନିନ୍ଦା

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଉପରେ ଗତକାଲି ରାତିରେ ହୋଇଥିବା ସଶସ୍ତ୍ର ଆକ୍ରମଣକୁ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପରାଧୀଙ୍କୁ ଗିରଫ କରାଯାଉ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ଯେଉଁମାନେ ଟଙ୍କା ବଳରେ ଗଣତନ୍ତ୍ରକୁ ଅପମାନିତ କଲେ, ସେମାନଙ୍କ ନିର୍ଦ୍ଦେଶରେ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ହିଂସାକାଣ୍ଡ ଭିଆଇଲେ । ଏହା ଦୁଇଟି ଅଲଗା ଘଟଣା ନୁହେଁ । ବରଂ କୁଶାସନ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ନଗ୍ନ ଉଦାହରଣ । ଆହୁରି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି, ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଆଇନଶୃଙ୍ଖଳା ସ୍ଥିତିକୁ ସଜାଡନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking