25.1 C
Bhubaneswar
Saturday, December 27, 2025
Homeଓଡିଶାକଟକ ଚୌଦ୍ୱାର ଜେଲରେ ଚଢାଉ

କଟକ ଚୌଦ୍ୱାର ଜେଲରେ ଚଢାଉ

କଟକ: କଟକ ଚୌଦ୍ୱାର ଜେଲକୁ ଡିସିପିଙ୍କ ସରପ୍ରାଇଜ ଭିଜିଟ । ଡିସିପି ଋଷିକେଶ ଖିଲାରିଙ୍କ ସହ ଆଡିସନାଲ ଏସପି ମୀନାକ୍ଷୀ ଠାକୁର, ଜିଲ୍ଲା ଜଜ ମାନସ ରଞ୍ଜନ ବାରିକ ଜେଲ ପରିଦର୍ଶନ କରି ସୁପରିଚାଳନାର ତଦାରଖ କରୁଛନ୍ତି । ଜେଲର ବାତାବରଣ, କଏଦୀଙ୍କ ସୁରକ୍ଷାର ସମୀକ୍ଷା କରିଛନ୍ତି । ଗତ ଅକ୍ଟୋବରରେ ଚୌଦାର ଜେଲରୁ ଦୁଇ କଏଦୀଙ୍କ ଚମ୍ପଟ ପରେ ଜେଲ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ଏବେବି ପୋଲିସ ଚମ୍ପଟ କଏଦୀଙ୍କ ପତ୍ତା ପାଇପାରିନାହିଁ । କହାଯାଉଛି ଯେ, ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ନେପାଳ ପଳାଇଛନ୍ତି । କେବଳ ଚୌଦାର ନୁହେଁ, ବାଲେଶ୍ୱର ଜିଲ୍ଲା ସୋର ସବ ଜେଲରେ ଜଣେ ବନ୍ଦୀ କଏଦୀ ଫେରାର ହୋଇଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking