21.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶବାଂଲାଦେଶରେ ବଢୁଛି ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର

ବାଂଲାଦେଶରେ ବଢୁଛି ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର

ଢାକା: ବାଂଲାଦେଶର କୁମିଲ୍ଲା ଜିଲ୍ଲାର ମୁରାଦନଗର ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଲୋମହର୍ଷକକାରୀ ଘଟଣା। ଯେଉଁଠିମାତ୍ର ୩୫,୦୦୦ ଟଙ୍କା ଋଣ ପରିଶୋଧ ନକରିପାରିବାରୁ ଜଣେ ୨୧ ବର୍ଷୀୟ ହିନ୍ଦୁ ମହିଳାଙ୍କୁ ଅଭିଯୁକ୍ତମାନେ ନିର୍ମମ ଭାବେ ମାଡ଼ମାରିବା ସହ ଦୁଷ୍କର୍ମ କରିଥିବା ଜଣା ପଡିଛି। ଏହି ଘଟଣା ଗତ ଜୁନ ୨୬ ତାରିଖରେ ରାମଚନ୍ଦ୍ରପୁର ପଞ୍ଚକିଟ୍ଟା ଗାଁରେ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫଜର ଆଲୀ ଜଣେ ସ୍ଥାନୀୟ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ନେତା ବୋଲି ଜଣାପଡିଛି। ସୂଚନା ମୁତାବକ, ଉକ୍ତ ମହିଳାଙ୍କ ସ୍ୱାମୀ ଦୁବାଇରେ କାମ କରନ୍ତି। ମହିଳାଙ୍କ ପରିବାରକୁ ଆବଶ୍ୟକ ଥିବାରୁ ଫଜଲ ୩୫,୦୦୦ ଟଙ୍କା ଋଣ ଦେଇଥିଲେ। ତେବେ ନିକଟରେ ମହିଳା ଜଣଙ୍କ ନିଜ ପିତାଙ୍କ ଘରେ ହରି ସେବା ଉତ୍ସବରେ ଯୋଗ ଦେବା ପାଇଁ ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ଫଜର ଆଲୀ ଦେଇଥିବା ଋଣର ଅର୍ଥ ଫେରାଇବା ପାଇଁ ରାତି ପ୍ରାୟ ୧୦ଟା ସମୟରେ ତାଙ୍କ ଘରେ ପହଞ୍ଚିଥିଲେ। ମହିଳା ଦ୍ୱାର ନଖୋଲିବାରୁ ଫଜର ଦ୍ୱାର ଭାଙ୍ଗି ଘର ଭିତରେ ପଶିବା ସହ ଛୁରୀ ଦେଖାଇ ହତ୍ୟା ଧମକ ଦେଇ ତାଙ୍କ ସହ ବଳାତ୍କାର କରିଥିଲେ।

ଖାଲି ଏତିକି ନୁହେଁ, ଏହାସହ ଫଜର ମହିଳାଙ୍କୁ ନିର୍ମମ ଭାବେ ମାଡ଼ ମଧ୍ୟ ମାରିଥିଲେ ଏବଂ ସମସ୍ତ ଘଟଣାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଫଜରକୁ କାବୁ କରିଥିଲେ, କିନ୍ତୁ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ପୁଲିସ ତାଙ୍କୁ ଢାକାର ସାୟଦାବାଦ ଅଞ୍ଚଳରୁ ଗିରଫ କରିଥିଲା। ଏହି ଘଟଣାରେ ପୋଲିସ ପକ୍ଷରୁ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ଫଜଲକୁ ଭିଡିଓ ରେକର୍ଡିଂ କରିବା ଓ ସୋସିଆଲ ମିଡିଆରେ ପ୍ରସାରଣ କରିବାରେ ସାହାଯ୍ୟ କରିଥିଲେ। ଢାକା ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ହିନ୍ଦୁ ସମୁଦାୟ ଏହି ଘଟଣାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି। ଏହି ଘଟଣା ବାଂଲାଦେଶରେ ରହୁଥିବା ହିନ୍ଦୁ ଅଲ୍ପସଂଖ୍ୟକ ସମୁଦାୟ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର ଉପରେ ଆଲୋକପାତ କରିଛି। ଅନ୍ୟପଟେ ବାଂଲାଦେଶର ବିଭିନ୍ନ ମାନବାଧିକାର ସଂଗଠନ ଏହି ଘଟଣାର ନିନ୍ଦା କରି ଅଲ୍ପସଂଖ୍ୟକ ସମୁଦାୟଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking