18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଏଟିପି ଫାଇନାଲ୍ସ; ପ୍ରଥମ ମ୍ୟାଚ୍‌ରେ ହାରିଲେ ବୋପନ୍ନା-ଏବ୍‌ଡେନ୍‌

ଏଟିପି ଫାଇନାଲ୍ସ; ପ୍ରଥମ ମ୍ୟାଚ୍‌ରେ ହାରିଲେ ବୋପନ୍ନା-ଏବ୍‌ଡେନ୍‌

ନୂଆଦିଲ୍ଲୀ: ଭାରତର ଶୀର୍ଷ ଟେନିସ୍ ଖେଳାଳି ରୋହନ ବୋପନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏବ୍‌ଡେନ୍ ପରାଜୟରୁ ଚଳିତ ଏଟିପି ଫାଇନାଲ୍ସ ଆରମ୍ଭ କରିଛନ୍ତି। ସୋମବାର ଇଣ୍ଡୋ-ଅଷ୍ଟ୍ରେଲୀୟ ଯୋଡ଼ି ପୁରୁଷ ଡବଲ୍ସର ପ୍ରଥମ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଇଟାଲୀର ସିମୋନ ବୋଲେଲି ଓ ଅନ୍ଦ୍ରିଆ ଭାଭାସୋରୀଙ୍କଠାରୁ ୫୬ ମିନିଟ୍ ମଧ୍ୟରେ ୨-୬, ୩-୬ ସିଧା ସେଟ୍‌ରେ ପରାଜିତ ହୋଇଛନ୍ତି। ବୋପନ୍ନା-ଏବ୍‌ଡେନ୍ ଯୋଡ଼ି ଚଳିତ ବର୍ଷ ଅଷ୍ଟ୍ରେଲିଆ ଓପନ୍ ଫାଇନାଲ୍‌ରେ ଏହି ପ୍ରତିଦ୍ୱିନ୍ଦ୍ୱୀଙ୍କୁ ପରାଜିତ କରିଥିଲେ। ଚତୁର୍ଥ ସିଡ୍ ବୋଲେଲି ଓ ବାବାସୋରୀ ପୂରା ମ୍ୟାଚ୍‌ରେ ପ୍ରଭାବଶାଳୀ ରହି ପ୍ରତିପକ୍ଷଙ୍କୁ ଦ୍ୱିତୀୟ ଗେମ୍‌ରେ ହିଁ ବ୍ରେକ୍ କରିଥିଲେ। ଚତୁର୍ଥ ଥର ପାଇଁ ଟୁର୍ଣ୍ଣାମେଣ୍ଟ୍ ଖେଳୁଥିବା ବୋପନ୍ନା ଏବଂ ଏବ୍‌ଡେନ୍ ଇଟାଲୀ ପ୍ରତିପକ୍ଷଙ୍କ ବିରୋଧରେ ପୂରା ମ୍ୟାଚ୍‌ରେ ସଂଘର୍ଷ କରି ଗୋଟିଏ ବି ବ୍ରେକ୍ ପଏଣ୍ଟ୍ ହାସଲ କରିବାରେ ବିଫଳ ହୋଇଥିଲେ। ଚଳିତ ବର୍ଷ ଇଟାଲୀ ଯୋଡ଼ିଙ୍କଠାରୁ ଏହା ବୋପନ୍ନା-ଏବ୍‌ଡେନ୍‌ଙ୍କ ଲଗାତାର ତୃତୀୟ ପରାଜୟ। ବବ୍‌୍ ବ୍ରାଏନ୍‌୍ ଗ୍ରୁପ୍‌ର ଚତୁର୍ଥ ସ୍ଥାନରେ ଥିବା ବୋପନ୍ନା-ଏବ୍‌ଡେନ୍ ପରବର୍ତ୍ତୀ ଗ୍ରୁପ୍ ମ୍ୟାଚ୍‌ରେ ବୁଧବାର ଟପ୍ ସିଡ୍ ଏଲ୍ ସାଲ୍‌ଭାଡୋରର ମାର୍ସେଲୋ ଆରେଭାଲୋ ଏବଂ କ୍ରୋଏସିଆର ମାଟ୍ ପାଭିକ୍‌ଙ୍କୁ ଭେଟିବ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking