ନୂଆଦିଲ୍ଲୀ :ଇସ୍ତଫା ଦେଲେ ଆତିଶୀ । ଦିଲ୍ଲୀରେ ଆପ ପରାଜୟ ପରେ ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ସୂଚନମୁତାବକ, ଆଜି ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶନିବାର ଆସିଥିବା ନିର୍ବାଚନ ଫଳାଫଳରେ ବିଜେପିକୁ ୪୮ ଏବଂ ଆମ୍ ଆଦମି ପାର୍ଟି ୨୨ ସିଟ୍ ମିଳିଛି । ଆତିଶୀ କାଲକାଜୀ ବିଧାନସଭା ସିଟ୍ ରୁ ବିଜୟ ଲାଭ କରିଛନ୍ତି । ରମେଶ ବିଧୁରିଙ୍କୁ ୩୫୦୦ରୁ ଅଧିକ ଭୋଟ୍ ରେ ହରାଇଛନ୍ତି ଆତିଶୀ। ଆପ୍ ଅନେକ ବଡ ବଡ ନେତା ହାରିଛନ୍ତି। ଦିଲ୍ଲୀ ଅକ୍ତିଆର କରିଛି ଭାରତୀୟ ଜନତା ପାର୍ଟି ।










