23.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶବଡ଼ ଧରଣର ବିମାନ ଦୁର୍ଘଟଣା, ୪୭ ମୃତ

ବଡ଼ ଧରଣର ବିମାନ ଦୁର୍ଘଟଣା, ୪୭ ମୃତ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆରେ ବଡଧରଣର ବିମାନ ଦୁର୍ଘଟଣା । ଲ୍ୟାଣ୍ଡିଂ ବେଳେ ରନୱେରେ ଜଳିଲା ବିମାନ । ୪୭ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ ବେଳେ ଏହି ଦୁର୍ଘଟଣା ଘଟିଛି । ବିମାନରେ ମୋଟ ୧୮୧ ଯାତ୍ରୀ ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଥାଇଲାଣ୍ଡରୁ ଦକ୍ଷିଣ କୋରିଆ ଫେରୁଥିଲା ଜେଜୁ ଏୟାର ବିମାନ ।

ରିପୋର୍ଟ ମୁତାବକ, ଏହି ବିମାନରେ ୧୭୫ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ମିଶାଇ ମୋଟ ୧୮୧ ଜଣ ଥିଲେ। ବିମାନଟି ବ୍ୟାଙ୍କକରୁ ଫେରୁଥିଲା। ତେବେ ମୁଆନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ରନୱେରୁ ଏହାର ଖସି ଯାଇ ବିମାନ ବନ୍ଦରର କାନ୍ଥ ସହ ଧକ୍କା ହୋଇଥିଲା। ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ୨୮ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ୨୩ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଲ୍ୟାଣ୍ଡିଂ ଗିଅରରେ ତ୍ରୁଟି ଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଜାତୀୟ ଅଗ୍ନିଶମ ଏଜେନ୍ସି କହିଛି ଯେ ଦୁର୍ଘଟଣା ପରେ ଲାଗିଥିବା ନିଆଁକୁ ପ୍ରାୟ ଆୟତ୍ତ କରାଯାଇଛି। କିନ୍ତୁ ଉଦ୍ଧାର କାର୍ଯ୍ୟ ଏପର୍ଯ୍ୟନ୍ତ ଜାରି ରହିଛି। ଯାତ୍ରୀମାନଙ୍କୁ ବିମାନର ଭଗ୍ନାବଶେଷରୁ ବାହାରକୁ ଅଣାଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ସମୟରେ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏଥିରେ ଜଣେ ଯାତ୍ରୀ ଏବଂ ଜଣେ ଡ୍ରାଇଭର ଅଛନ୍ତି।

ୟୋନହାପ ନ୍ୟୁଜ୍ ଏଜେନ୍ସି ମୁତାବକ, ସ୍ଥାନୀୟ ସମୟ ୯ଟା ୭ରେ ଦକ୍ଷିଣ-ପଶ୍ଚିମ ତଟବର୍ତ୍ତୀ ବିମାନରେ ଏହି ଦୁର୍ଘଟଣା ଘଟିଛି। ସାଉଥ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସୁଙ୍ଗ-ମୋକ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟ ଅନୁସାରେ ବିମାନରେ ୧୮୧ ଜଣ ଯାତ୍ରୀ ଥିଲେ । ବିମାନ ବ୍ୟାଙ୍କକରୁ ଦକ୍ଷିଣ କୋରିଆ ଫେରୁଥିଲା ଯାହା ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସପ୍ତାହ ଭିତରେ ଏହା ଦ୍ୱିତୀୟ ବଡ ବିମାନ ଦୁର୍ଘଟଣା । ଗତ ୨୫ ତାରିଖରେ କାଜିକସ୍ତାନରେ ଏକ ବିମାନ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ୩୮ ଜଣଙ୍କର ମୃତ୍ୟୁ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking