27.1 C
Bhubaneswar
Monday, March 30, 2026
Homeଅପରାଧଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ

ବରଗଡ଼ : ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ । ବରଗଡ଼ ଜିଲ୍ଲା ଭଟଲିରେ ଘରେ ପଶି ଲୁଟ କରିଛନ୍ତି ଲୁଟେରା । ଭଟଲିଛକ ସ୍ଥିତ ନିଗମାନନ୍ଦ ବିହାର ୭ ନମ୍ବର ଗଳିରେ ଥିବା ଏକ ଘରୁ ଏହି ଲୁଟ ହୋଇଛି କ୍ଷ ଦୁର୍ବୁତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ନିଗମାନନ୍ଦ ବିହାରର ରିତା ସାହୁ ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟା ସମୟରେ ସ୍ୱର୍ଗତ ଦିଲିପ ସାହୁଙ୍କ ସ୍ତ୍ରୀ ରିତା ସାହୁ ଓ ସାନ ଝିଅ ସୃତି କିଣାକିଣି କରିବାକୁ ପାଇଁ ଭଟଲି ଛକକୁ ଯାଇଥିଲେ । ବଡ଼ ଝିଅ ସୁଚିସ୍ମିତାକୁ ଘରେ ଛାଡ଼ି ଯାଇଥିଲେ । ସୁଚିସ୍ମିତା ଏକା ଥିବାର ସୁଯୋଗ ନେଇ ଦୁଇ ଜଣ ଦୁର୍ବୁତ ଘରକୁ ଆସି ପ୍ରଥମେ କଲିଂ ବେଲ ମାରିଥିଲେ । ବଡ଼ ଝିଅ କବାଟ ଖୋଲିବା ମାତ୍ରେ ଘର ଭିତରକୁ ଦୁଇଜଣ ଅଜଣା ଯୁବକ ପଶି ତାଙ୍କର ହାତ ଗୋଡ଼ ବାନ୍ଧି ଲୁଟ କରିଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଦୁର୍ବୁତମାନେ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୩୦ ହଜାର ଟଙ୍କା ନେଇଯାଇଥିବା ଜଣା ପଡ଼ିଛି । ଏ ନେଇ ସେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବରଗଡ଼ ଟାଉନ ଥାନା ପୋଲିସ ପହଁଚି ପରିବାର ଲୋକଙ୍କୁ ପଚରା ଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking