18.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶପ୍ରଥମ ମହିଳା ଫାଇଟର ପାଇଲଟ୍ ଭାବେ ଇତିହାସ ରଚିଲେ ଆସ୍ଥା ପୁନିଆ

ପ୍ରଥମ ମହିଳା ଫାଇଟର ପାଇଲଟ୍ ଭାବେ ଇତିହାସ ରଚିଲେ ଆସ୍ଥା ପୁନିଆ

ଭାରତୀୟ ନୌସେନାର ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ଇତିହାସ ରଚିଲେ ସବ୍ ଲେଫ୍ଟନାଣ୍ଟ ଆସ୍ଥା ପୁନିଆ । ସବ୍-ଲେଫ୍ଟନାଣ୍ଟ ପୁନିଆଙ୍କୁ ବିଶାଖାପାଟଣାର ଆଇଏନଏସ ଡେଗାରେ ହକ୍ ଆଡଭାନ୍ସଡ୍ ଜେଟ୍ ଟ୍ରେନରମାନଙ୍କ ଉପରେ ଟ୍ରାଞ୍ଜିସନାଲ ଲଢ଼ୁଆ ତାଲିମ ସମାପ୍ତ କରିବା ପରେ ଲେଫ୍ଟନାଣ୍ଟ ଅତୁଲ କୁମାର ଧୁଲଙ୍କ ସହିତ “ୱିଙ୍ଗସ୍ ଅଫ୍ ଗୋଲ୍ଡ” ପ୍ରଦାନ କରାଯାଇଥିଲା। ୱିଙ୍ଗସ୍ ଅଫ୍ ଗୋଲ୍ଡ ପାଇବା ପରେ, ଆସ୍ଥା ପୁନିଆ ବର୍ତ୍ତମାନ ଭାରତୀୟ ନୌସେନାର ଫାଇଟର ପ୍ଲେନର ପାଇଲଟ୍ ହୋଇଛନ୍ତି । ଭବିଷ୍ୟତ ପିଢି ପାଇଁ ମଧ୍ୟ ଏକ ଉଦାହରଣ ପାଲଟିଛନ୍ତି ଆସ୍ଥା । ତାଙ୍କର ସଫଳତାକୁ କେବଳ ଭାରତୀୟ ସଶସ୍ତ୍ର ବାହିନୀରେ ଲିଙ୍ଗଗତ ସମାନତା ଭାବରେ ଦେଖାଯାଏ ନାହିଁ ବରଂ ନୌସେନାରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭବିଷ୍ୟତ ପିଢ଼ି ପାଇଁ ଏକ ବଡ଼ ଉଦାହରଣ ସୃଷ୍ଟି କରିଥିବା ଆସ୍ଥା ଜଣେ ଶିକ୍ଷିତ ପରିବାରର ପିଲା ବୋଲି ସୂଚନା ମିଳୁଛି । ତାଙ୍କ ବାପା ବାଗପତର ସରଧାନା ନବୋଦୟ ବିଦ୍ୟାଳୟରେ ଜଣେ ଶିକ୍ଷକ ଥିବାବେଳେ ମାଆ ସଂୟୋଗିତା ଚୌଧୁରୀ ମଧ୍ୟ ଜଣେ ଶିକ୍ଷୟିତ୍ରୀ । ଆରମ୍ଭରୁ ଆସ୍ଥା ଭାରତୀୟ ନୌସେନାରେ ସାମିଲ ହେବା ପାଇଁ ଇଚ୍ଛୁକ ଥିଲେ । ଫଳରେ ସେ ମିରଟ ଏବଂ ରାଜସ୍ତାନରୁ ପଢା ସମ୍ପୂର୍ଣ୍ଣ କରିଥିଲେ ।

ଜୁଲାଇ ୩ ତାରିଖରେ ବିଶାଖାପାଟଣାର ଆଇଏନଏସ ଡେଗାରେ ଦ୍ୱିତୀୟ ବାଷିକ ହକ୍ କନଭର୍ସନ୍ କୋର୍ସ ସମାପ୍ତି ସହିତ ଏହି ସଫଳତା ହାସଲ କରିଛନ୍ତି। ତାଙ୍କୁ ରିଅର୍ ଆଡମିରାଲ୍ ଜନକ ବେଭଲିଙ୍କ ଦ୍ବାରା ‘ଗୋଲ୍ଡେନ୍ ୱିଙ୍ଗସ୍’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ କେବଳ ନୌସେନା ଯୁଦ୍ଧ ବିମାନର ପାଇଲଟଙ୍କୁ ଦିଆଯାଇଥାଏ । ଏହାରି ମଧ୍ୟରେ ଆସ୍ଥା କହିଥିଲେ ଯେ “ଝିଅମାନେ କେବେ ନିଜକୁ କମ ଭାବିବା ଉଚିତ୍ ନୁହେଁ । ଯଦି ଉଦ୍ଦେଶ୍ୟ ଦୃଢ଼ ଥାଏ ତେବେ ପ୍ରତ୍ୟେକ ଲକ୍ଷ୍ୟ ହାସଲ କରାଯାଇପାରିବ। ଝିଅମାନେ କୌଣସି କ୍ଷେତ୍ରରେ ପୁଅମାନଙ୍କଠାରୁ କମ୍ ନୁହଁନ୍ତି” । ଉଲ୍ଲେଖନୀୟ ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ସଶସ୍ତ୍ର ବାହିନୀରେ ମହିଳା ଅଧିକାରୀଙ୍କ ଅଂଶଗ୍ରହଣ ବୃଦ୍ଧି ଘଟିଛି। ଅପରେସନ୍ ସିନ୍ଦୁର ସମୟରେ, ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ବ୍ୟୋମିକ ସିଂହ ଗଣମାଧ୍ୟମ ସମ୍ମୁଖରେ ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକୁ ସେୟାର କରି ବିଶ୍ୱ ସ୍ତରରେ ଶିରୋନାମା ସୃଷ୍ଟି କରିଥିଲେ । ଯାହା କେବଳ ମହିଳା ଶକ୍ତିର ପ୍ରତୀକ ନୁହେଁ ବରଂ ପରିବର୍ତ୍ତନ, ସାହସ ଏବଂ ଦକ୍ଷତାର ମଧ୍ୟ ପ୍ରତୀକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking