15.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଆସ୍ଥା ଭୋଟରେ ହାରିଲେ ପ୍ରଚଣ୍ଡ

ଆସ୍ଥା ଭୋଟରେ ହାରିଲେ ପ୍ରଚଣ୍ଡ

କାଠମାଣ୍ଡୁ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ପାଇଁ ଏକ ଖରାପ ଦିନ ବୋଲି ପ୍ରମାଣିତ ହୋଇଛି ସେ ସଂସଦରେ ଆସ୍ଥା ଭୋଟରେ ହାରି ଯାଇଛନ୍ତି। ଯାହା ପରେ ଏବେ ପ୍ରଶ୍ନ ଉଠିଛି ଯେ ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ।

ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ସଂସଦର ନିମ୍ନ ଗୃହରେ ଆସ୍ଥା ଭୋଟ ଜିତିପାରିନଥିଲେ। ସେ ୧୯୪ ଟି ଭୋଟ ବିରୋଧରେ ଏବଂ ୬୩ ଭୋଟ ସମର୍ଥନରେ ଟ୍ରଷ୍ଟ ଭୋଟ ହରାଇଲେ। ଜଣେ ସାଂସଦ ମତଦାନରେ ଅଂଶଗ୍ରହଣ କରିନଥିଲେ। ସଂସଦରେ ମୋଟ ୨୫୮ ସାଂସଦ ଉପସ୍ଥିତ ଥିଲେ।

୨୫ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ଦେଢ଼ ବର୍ଷ ମଧ୍ୟରେ ପ୍ରଚଣ୍ଡଙ୍କ ପାଇଁ ଏହା ହେଉଛି ପଞ୍ଚମ ବିଶ୍ବାସ ଭୋଟ୍। ବିଶ୍ବାସ ଭୋଟ୍ ପାଇବା ପାଇଁ ତାଙ୍କୁ ୨୭୫ ସଦସ୍ୟ ବିଶିଷ୍ଟ ସଂସଦରେ ଅତି କମରେ ୧୩୮ଭୋଟ୍‌ର ଆବଶ୍ୟକତା ଥିଲା। କିନ୍ତୁ ଏହା ହୋଇପାରିଲା ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking