14.1 C
Bhubaneswar
Sunday, December 7, 2025
Homeଓଡିଶାଭଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ; ୧୪ ବର୍ଷ ଚାକିରିରେ ୬ଟି ବହୁତଳ କୋଠା,୫ଟି ଦାମୀ ପ୍ଲଟ

ଭଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ; ୧୪ ବର୍ଷ ଚାକିରିରେ ୬ଟି ବହୁତଳ କୋଠା,୫ଟି ଦାମୀ ପ୍ଲଟ

କଟକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ଭିଜିଲାନ୍ସ ଟିମ୍ ପକ୍ଷରୁ ଏକକାଳୀନ ଭାବେ ଭଞ୍ଜନଗର ଏବଂ ଗଞ୍ଜାମର ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଚଢଉ ବେଳେ ତାଙ୍କର ୬ଟି ବହୁତଳ କୋଠା ଠାବ କରାଯାଇଛି। ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଭାବେ ସେ ମାତ୍ର ୧୪ ବର୍ଷ ଦାୟିତ୍ୱରେ ରହିଥିଲା ବେଳେ ଏହି ଅମାପ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ଠାବ ହୋଇଥିବା ୬ଟି କୋଠା ମଧ୍ୟରୁ ଦୁଇଟି ୪ ମହଲା ବିଶିଷ୍ଟ ହୋଇଥିବା ବେଳେ ୨ଟି ୩ ମହଲା ଓ ଦୁଇଟି ୨ ମହଲା ବିଶିଷ୍ଟ କୋଠା ରହିଛି। ସେହିପରି ତାଙ୍କର ୫ଟି ବାସୋପଯୋଗୀ ପ୍ଲଟ ଅଛି। ବ୍ରହ୍ମପୁରର ତୁଳସୀ ନଗରରେ ଶ୍ରୀ ସ୍ୱାଇଁଙ୍କର ୯ ହଜାର ବର୍ଗଫୁଟ୍‌ରେ ନିର୍ମିତ ଗୋଟିଏ ୪ ମହଲା କୋଠା ରହିଛି। ଏହାର ମୂଲ୍ୟ ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ସେହିପରି ଭଞ୍ଜନଗରର ବାଗ୍‌ଦେବୀ ରୋଡ୍‌ରେ ଦୁଇଟି କୋଠା ରହିଛି। ଗୋଟିଏ ୬ ହଜାର ବର୍ଗଫୁଟ୍‌ର ୪ ମହଲା ଏବଂ ଅନ୍ୟଟି ୩ହଜାର ବର୍ଗଫୁଟରେ ୩ ମହଲା କୋଠା ମଧ୍ୟ ଅଛି। ସେହିଭଳି ଭଞ୍ଜନରର ଅନ୍ୟ ଏକ ସ୍ଥାନରେ ୨୫୦୦ ବର୍ଗଫୁଟରେ ନିର୍ମିତ ଆଉ ଏକ ତିନି ମହଲା କୋଠା ଅଛିି। ଭଞ୍ଜନଗର ଏନ୍‌ଏସି ଅଞ୍ଚଳରେ ୫୮୫୦ ବର୍ଗଫୁଟର ଦୁଇ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ରହିଛି। ସେହିପରି ଭଞ୍ଜନଗରର ଲୁଡୁଲୁଡିରେ ୧୧୩୦ ବର୍ଗଫୁଟରର ଦୁଇମହଲା ବିଶିଷ୍ଟ ପୈତୃକ ଘର ରହିଛି। କେଠାଭଳି ତାଙ୍କର ୫ଟି ମୂଲ୍ୟବାନ ପ୍ଲଟଥିବା ଜଣାପଡ଼ିଛି। ବ୍ରହ୍ମପୁରରେ ତାଙ୍କର ଗୋଟିଏ ପ୍ଲଟ ଥିବା ବେଳେ ଭଞ୍ଜନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ୪ଟି ପ୍ଲଟ ରହିଛି। ତାଙ୍କର ୨ଟି ଦୁଇ ଚକିଆ ଯାନ ଅଛି। ସେହିପରି ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀରେ ୧୧ଲକ୍ଷ ୫୦ ହଜାର ଟଙ୍କା ଜମା ରହିଛି। ସୂଚନାଯୋଗ୍ୟ ଶ୍ରୀ ସ୍ୱାଇଁ ୨୦୦୩ ମସିହାରେ ଖରିଆରର ଲୋୟର ଇନ୍ଦ୍ରା କେନାଲ୍ ଡିଭିଜନରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ। ଏହାପରେ ନିଜର ଘରୋଇ ଜିଲ୍ଲା ଗଞ୍ଜାମରେ ନିଯୁକ୍ତି ମିଳିଥିଲା। ସେ ୨୦୧୦ରେ ମସିହାରେ ଜଳ ସଂପଦ ବିଭାଗ ଭଞ୍ଜନଗର ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ଅର୍ଥାତ ୧୪ ବର୍ଷ କାଳ ଏହି ଦାୟିତ୍ୱରେ ଥିଲେ। ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଆଗକୁ ଶ୍ରୀ ସ୍ୱାଇଁଙ୍କର ଆହୁରି ସଂପତ୍ତି ସାମ୍ନାକୁ ଆସିବ ବୋଲି ସନ୍ଦେହ କରାଯାଉଛି। ଏହି ଚଢଉରେ ୭ ଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୫ ଜଣ ଇନ୍ସପେକ୍ଟର,ଏଏସ୍‌ଆଇ ଓ ଅନ୍ୟ ସପୋର୍ଟ ଷ୍ଟାଫ୍ ସାମିଲ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking