ଭୁବନେଶ୍ୱର: ଏଥର ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା । ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସହାୟତା । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ । ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ମିଳିବ ସହାୟତା । ଅନେକ ଆବେଦନ ଆସିଛି ଯେଉଁମାନେ କରିନାହାନ୍ତି ବିଚାର ହେବ ।