ଭୁବନେଶ୍ୱର : ଆଜିଠୁ ବିଧାନସଭା ଶୀତ ଅଧିବେଶନ । ୩୦ ଟି କାର୍ଯ୍ୟ ଦିବସ ରହିଥିବା ବେଳେ ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଣିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆମ୍ବଟାକୁଆ ମୃତ୍ୟୁ , ଧାନକିଣା ଅବ୍ୟବସ୍ଥା, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା , ଆଦାନୀ ଏବଂ ଗନ୍ଧମାର୍ଦ୍ଧନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ହରଡଘଣାରେ ପକାଇବାରୁ ଯୋଜନା କରିଛନ୍ତି ବିଜେଡି ଓ କଂଗ୍ରେସ । ଅନ୍ୟପଟେ ବିରୋଧୀଙ୍କ ପ୍ରସଙ୍ଗକୁ କାଉଣ୍ଟର କରିବାକୁ ସଜାଗ ଅଛି ବିଜେପି । ଗୃହରେ ରାଜ୍ୟ ସରକାରଙ୍କ ୫ ମାସର ଉପଲବ୍ଧି , ନିର୍ୱାଚନୀ ପ୍ରତିଶ୍ରୁତି ପୂରଣ ତାଲିକା ରଖିବାକୁ ସ୍ଥିର କରିଛି ବିଜେପି । ଏହି ପରିପ୍ରେକ୍ଷୀରେ ବିଧାନ ସଭା ଶୀତ ଅଧିବେଶନରେ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଛି । ଗନ୍ଧମାର୍ଦ୍ଧନ ପର୍ବତକୁ ଆଦାନୀ ପ୍ରଦାନ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଛି ।