28.1 C
Bhubaneswar
Tuesday, July 2, 2024
Homeଓଡିଶାବିଧାନସଭା ହେବ ପେପର ଲେସ୍

ବିଧାନସଭା ହେବ ପେପର ଲେସ୍

ଭୁବନେଶ୍ୱର : ବହୁତ ଜଲଦି ବିଧାନସଭା ହେବ ପେପର ଲେସ୍ । ଓଡ଼ିଶା ବିଧାନସଭାକୁ ପେପରଲେସ୍‌ କରାଯିବା ନେଇ ବାଚସ୍ପତି ସୁରମା ପାଢ଼ୀଙ୍କ ସୂଚନା । ବିଧାନସଭାରେ ସମ୍ପୂର୍ଣ୍ଣ ପେପର ଲେସ୍ ପାଇଁ ଦାୟିତ୍ୱ ନେଇଛି ‘ନେଭା’। ଏଥିପାଇଁ ପୁରୁଣା ଓ ନୂଆ ସମସ୍ତ ବିଧାୟକଙ୍କୁ ନେଭା ପକ୍ଷରୁ ଟ୍ରେନିଂ ଦିଆଯିବ ବୋଲି ସୂଚନା ମିଳିଛି । ବିଧାନସଭାରେ ଡିଜିଟାଲ ପ୍ରକ୍ରିୟା କରାଯାଇ ପେପରଲେସ୍‌ କରିବାକୁ ନେଭା ପକ୍ଷରୁ ଦାୟିତ୍ବ ନିଆଯାଇଛି । ଏହି ପ୍ରକ୍ରିୟା ଦୁଇ ବର୍ଷ ଭିତରେ ଶେଷ ହେବା ନେଇ ଆଶା କରାଯାଉଛି ବୋଲି କହିଲେ ବାଚସ୍ପତି । ବିଧାନସଭାରେ ପେପର ଲେସ୍ ସଂପର୍କରେ ବାଚସ୍ପତି ସମସ୍ତ ସୂଚନା ଦେଇଛନ୍ତି । ବିଧାନସଭାକୁ ସଂପୂର୍ଣ୍ଣ କାଗଜମୁକ୍ତ କରିବାକୁ ଯୋଜନା କରାଯାଇଛି । ଏହି ଯୋଜନାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking