ନୂଆଦିଲ୍ଲୀ: ପାକିସ୍ତାନ ଲିଙ୍କ ଅଭିଯୋଗରେ ଆସାମ ମହିଳା ଗିରଫ । ଆସାମ ପେ।।ଲିସ ଏକାଧିକ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ବିଦେଶୀ ସଂଯୁକ୍ତ କାରବାରର ପର୍ଦ୍ଦାଫାସ କରିବା ପରେ ଜଣେ ମହି ଳାଙ୍କୁ ପୋଲିସ ଗିରଫ କରିଛି । ତାଙ୍କ ସହିତ ଜଡିତ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ପରିମାଣର ବିଦଶୀ ପାଣ୍ଠି ଥିବାର ପ୍ରମାଣ ପୋଲିସ ପାଇଛି ବୋଲି ଜଣାପଡିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଦୁବାଇରେ କାମ କରୁଥିବା ଜ୍ୟୋତିକା ଗୁପ୍ତ ଭାବରେ ଉଭୟଙ୍କ ପରିବାର ସହମତିରେ ପାକିସ୍ତାନ ନାଗରିକଙ୍କୁ ବିବାହ କରିଥିଲେ ।ତଦନ୍ତକାରୀମାନେ ଜାଣିପାରିଲେ ଯେ ମ୍ୟୁଲ ଆକାଉଣ୍ଟ ମାଧ୍ୟମରେ ବେଆଇନ ଭାବରେ ବିପୁଳ ପରିମାଣର ଟଙ୍କା ଚାଲାଣ କରିଥିଲେ । ମରିସିସ, ନେପାଳ ଏବଂ ବାଂଲାଦେଶ ସମେତ ଦେଶଗୁଡିକରେ ଅନଲାଇନ ଠକେଇରେ ସଂପୃକ୍ତ ଥିଲେ । ରିପୋର୍ଟରୁ ଜଣାପଡିଛି ଯେ, ୟୁକେ ଏବଂ ମଧ୍ୟପ୍ରାଚ୍ୟରେ ଥିବା ପାକିସ୍ତାନୀ କାର୍ଯ୍ୟକର୍ତ୍ତାଙ୍କ ସହ ତାଙ୍କର ସିଧାସଳଖ ସମ୍ପର୍କ ଥିଲ।। ଯେଉଁମାନେ ପାଣ୍ଠି ସ୍ଥାନାନ୍ତର ପାଇଁ ଏହି ନେଟୱାର୍କଗୁଡିକୁ ବ୍ୟବହାର କରୁଥିଲେ । ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ପୋଲିସ ଜ୍ୟୋତିକାଙ୍କ ସହ ଜଡିତ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରିଥିଲା । ଯେଉଁଥିରେ ବିପୁଳ ପରିମାଣର ଟଙ୍କା ଜମା ହୋଇଥିଲା । ୪୪ଟି ଏଟିଏମ କାର୍ଡ ଏବଂ ବହୁ ଚେକ ମଧ୍ୟ ଜବତ କରାଯାଇଥିଲା ।










