କଟକ : ଟ୍ରେନ ଦୁର୍ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି । ଓଡିଶା ସରକାରଙ୍କସହ ଯୋଗାଯୋଗରେ ଅଛନ୍ତି ସରକାର । ପୀଡିତାଙ୍କ ପାଖରେ ପହଞ୍ଚିବାକୁ ସରକାର ଉଦ୍ୟମ କରିଛନ୍ତି । ଏଭଳି ଅଘଟଣକୁ ନେଇ ଓଡିଶା ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପଟେ ଯାତ୍ରୀଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସ୍ପେଶାଲ ଟ୍ରେନ ରହିଛି । ପୂର୍ୱତଟ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା ରହିଛି । ସୂଚନା ଥାଉ କି ,ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଟ୍ରାକରୁ ଖସିଲା ଏଗାର ବଗି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି । ହେଲେ କୌଣସି ଜନଜୀବନ ହାନି ସୂଚନା ନଥିବାବେଳେ ଆହତଙ୍କ ସଂଖ୍ୟା ବଢୁଥିବା ସୂଚନା ରହିଛି । ଏପରି ସ୍ଥଳେ ମେଡ଼ିକାଲ ଟିମ୍ ସହ ଏନଡିଆରଏଫ ଓ ଫାୟାର ଟିମ୍ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ତୁରନ୍ତ ଏସସିବି ସ୍ଥାନାନ୍ତର କରାଯାଉଛି। ଯେଉଁ ଯାତ୍ରୀମାନେ ସେଠାରେ ରହିଛନ୍ତି ସେମାନଙ୍କୁ କିଭଳି ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇହେବ ସେ ବ୍ୟବସ୍ଥା କରାଯାଉଛି ।