30.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶଆସାମ ବିଧାନସଭା ନିର୍ବାଚନ: ଟିଏମସିର ୧୭ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା

ଆସାମ ବିଧାନସଭା ନିର୍ବାଚନ: ଟିଏମସିର ୧୭ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ଆସାମ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି । ନିର୍ବାଚନ ଗୋଟିଏ ପର୍ଯ୍ୟାୟ ରେ ଅନୁଷ୍ଠିତ ହେବ । ଏହାରି ଭିତରେ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତି ଜୋରଦାର କରିଛନ୍ତି । ନିର୍ବାଚନ ପୂର୍ବରୁ ରାଜନୈତିକ କାର୍ୟ୍ୟକଳାପ ତୀବ୍ର ହୋଇଛି । ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ଆସାମ ବିଧାନସଭା ନିର୍ବାଚନ ପାଇଁ ୧୭ ଜଣିଆ ପ୍ରଥମ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ୧୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି ଯେଉଁମାନେ ଆସାମରେ ବିଭିନ୍ନ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଆସାମରେ ବିଜେପି ଏବଂ କଂଗ୍ରେସ ସହିତ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିବ ଟିଏମସି ।ଏହି ପ୍ରାର୍ଥୀମାନଙ୍କ ନାମ ଘୋଷଣା- ଟିଏମସି ଦ୍ୱାରା ପ୍ରକାଶିତ ପ୍ରାର୍ଥୀଙ୍କ ତାଲିକାରେ ସମୁଦାୟ ୧୭ଟି ନାମ ଅଛି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ବାଉଖୁଙ୍ଗ୍ରିରୁ ଡାଙ୍ଗି ନାରଜାରୀ, ବିଲାସିପାରାରୁ ମୋମିନୁର ଇସଲାମ, ଜଲେଶ୍ୱରରୁ ଆରିଫ ଅଖତର ଅହମ୍ମଦ, ଅଭୟପୁରୀରୁ କୌଶିକ ରଂଜନ ଦାସ, ବାଜଲିରୁ କଲ୍ୟାଣ କାଲିଟା, ଚାମରିଆରୁ ଡାଲୁ ଅହମ୍ମଦ, ବୋକୋ ଚାୟାଗୋନରୁ ଭୋଗଲାଲ ରାଧା, ବୀରଶଲ ନାଥ ଯୋଗୀ ଗୋରେଶ୍ୱରରୁ ରଞ୍ଜନ ଚୌହାନ, ମଙ୍ଗଲଦାଇରୁ ହରେ କୃଷ୍ଣ ଡେକା, ଧମାଜୀରୁ ନରେନ୍ଦ୍ର କୁମାର ପୁ, ଡିଗବୋଇରୁ ଜିତେନ ନାଗ, ମାକୁମରୁ ଦିଲୀପ ମୋରାନ, ଉଦରବଣ୍ଡରୁ ତାପସ ଦାସ, କାଟିଗୋରା ଠାରୁ ଫଜଲୁର ରହମାନ ଲାସ୍କର ଏବଂ ସୋନାଇର ଶାହାଜାହାନ ଲସ୍କର ।

ଆସାମରେ ସରକାରଙ୍କ କାର୍ଯ୍ୟକାଳ ୨୦ ମଇ ୨୦୨୬ରେ ଶେଷ ହେବ ।  ନିର୍ବାଚନ କମିଶନ ଆସାମରେ ନିର୍ବାଚନ ନେଇ ଘୋଷଣା କରିଛନ୍ତି । ଆସାମରେ ବିଧାନସଭା ନିର୍ବାଚନ ସହିତ ଜଡିତ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏପ୍ରିଲ ୯ରେ ଆସାମରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ । ଏଥିପାଇଁ ପ୍ରାର୍ଥୀମାନଙ୍କୁ ୨୩ ମାର୍ଚ୍ଚ ସୁଦ୍ଧା ନାମାଙ୍କନ ଦାଖଲ କରିବାକୁ ପଡିବ । ୪ ମେରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ କମିଶନଙ୍କ ଅନୁଯାୟୀ, ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ଆସାମରେ ପ୍ରାୟ ୨.୨୫ କୋଟି ଭୋଟର ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking