16.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଜନ୍ମଦିନରେ ମାଗିଲେ ଟଙ୍କା : ନଦେବାରୁ କଲେ  ଫାୟାରିଂ

ଜନ୍ମଦିନରେ ମାଗିଲେ ଟଙ୍କା : ନଦେବାରୁ କଲେ  ଫାୟାରିଂ

ନୂଆଦିଲ୍ଲୀ : ଜନ୍ମ ଦିନରେ ଚାଲିଥିଲା ମଜା ମସଲିସ । ହେଲେ ସବୁ  ଅସର ଫାଟିଗଲା ।   ପାର୍ଟିରେ ପହଞ୍ଚିଲେ  ଟ୍ରାଫିକ ଡିଏସପି । ଆଉ ପହଞ୍ଚିକି ମାଗିଲେ ଟଙ୍କା ।  ଲୋକେ ଟଙ୍କା ନଦେବାରୁ    ସେ ଉତକ୍ଷିପ୍ତ ହୋଇ ଗୁଳି ଚଳାଇଥିଲେ ।  ଏଥିରେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଦୁଇ ଜଣ ଆହତ ହୋଇଛନ୍ତି। ବିହାରରେ ଘଟିଛି ଏଭଳି କିଛି ଗୁଳିକାଣ୍ଡ ଘଟଣା। ବିହାରରେ ବ୍ୟାନ୍ ସତ୍ତ୍ୱେ ବହୁ ସଂଖ୍ୟକ ଲୋକ ଏଠାରେ ମଦ୍ୟପାନ କରୁଛନ୍ତି। ବେଆଇନ ମଦ ଏଠାରେ ବହୁ ପରିମାଣରେ ଉତ୍ପାଦିତ ହେଉଛି। ପଡୋଶୀ ରାଜ୍ୟରୁ ମଧ୍ୟ ମଦ କାରବାର କରାଯାଉଛି। ସମୟ ସମୟରେ ମଦ କାରବାରରେ ପୁଲିସ୍ ସମ୍ପୃକ୍ତ ଥିବା ଖବର ଆସୁଛି। ଏଭଳି ସ୍ଥିତି ଏକ ନୂଆ ଘଟଣା ସାମ୍ନାକୁ ଆସିଛି ରୋହତସରୁ। ଏଠାରେ ଶୁକ୍ରବାର ରାତିରେ ଏକ ବାର୍ଥଡେ’ ପାର୍ଟି ଚାଳିଥିବା ବେଳେ ଲୋକେ ମଦ ପିଉଥିଲେ।ଏନେଇ ଟ୍ରାଫିକ୍ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ଟ୍ରାଫିକ୍ ଡିସଏସ୍‌ପି ତିନି ଚାରି ଜଣଙ୍କ ସହ ମିଶି ସେଠାରେ ପହଞ୍ଚିଥିଲେ। ତେବେ ପୁଲିସକର୍ମୀ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବଟି ଆଦାୟ କରିବାକୁ ସେଠାକୁ ଯାଇଥିଲେ। ଏହାକୁ ନେଇ ବିବାଦ ଦେଖାଦେଇଥିଲା। ଜନ୍ମଦିନ ଉତ୍ସବ ପାଳନ କରୁଥିବା ଲୋକେ ଟ୍ରାଫିକ୍ ପୁଲିସକୁ ଟଙ୍କା ଦେବାକୁ ମନା କରିଥିଲେ। ବାସ୍ ଏତିକିରେ ରାଗି ଯାଇ ଟ୍ରାଫିକ୍ ଡିଏସ୍‌ପି ନିଜ ସର୍ଭିସ ବନ୍ଧୁକରୁ ଫାୟରିଂ କରିଥିବା ଅଭିଯୋଗ ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking