ଧର୍ମଗଡ: ଏନଏଚରେ ପଡିଛି ଏଏସଆଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି । ଅଧାପୋଡା ବାଇକ୍ ସହ ଏଏସଆଇଙ୍କ ମୃତଦେହ ରାସ୍ତାରେ ପଡିଛି । ଜୁନାଗଡ ଥାନା ବନମାଳିପୁର ସ୍ଥିତି ରାସ୍ତାରେ ପଡିଛି ମୃତଦେହ । କେଗାଁ ଥାନା ଏଏସଆଇ ପବିତ୍ର ଗୋଲିପିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡି ରହିଛି । କିଛି ଦିନ ହେବ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ । ହତ୍ୟା ନା ଦୁର୍ଘଟଣା ଏନେଇ କୌଣସି ସମ୍ପଷ୍ଟତା ମିଳିନାହିଁ । ଘଟଣାସ୍ଥଳରେ ଅତିରିକ୍ତ ଏସପି ପହଞ୍ଚି ଘଟଣା ତନାଘନା କରୁଛନ୍ତି ।










