22.1 C
Bhubaneswar
Friday, February 6, 2026
Homeଓଡିଶାଅସୀମ ବସୁ ଥିଲେ ଅନେକ କଳାର ଅଧିକାରୀ: ବିଜେଡି ଦ୍ଵାରା ଅସୀମ ବସୁଙ୍କ ଜୟନ୍ତୀ ପାଳିତ

ଅସୀମ ବସୁ ଥିଲେ ଅନେକ କଳାର ଅଧିକାରୀ: ବିଜେଡି ଦ୍ଵାରା ଅସୀମ ବସୁଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ବର: ଅସୀମ ବସୁ ଥିଲେ ଏକା ଧାରାରେ ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା, ନିର୍ଦ୍ଦେଶକ,କବି, ମଞ୍ଚ ସ୍ଥପତି,ଲେଖକ ଓ ଚିତ୍ର ଶିଳ୍ପୀ। ତାଙ୍କର ଜୀବନ ବ୍ୟାପି ନାଟକ ଓ ସାହିତ୍ୟ ପ୍ରତି ଅହେତୁକ ଶ୍ରଦ୍ଧା ତଥା ନିଷ୍ଠା ତାଙ୍କୁ ଅମର କରି ରଖିବା ବୋଲି ଆଜି ତାଙ୍କର ଜୟନ୍ତୀ ଉତ୍ସବ ପାଳନ ଅବସରରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଆଜି ରବିନ୍ଦ୍ରମଣ୍ଡପ ଠାରେ ଅବସ୍ଥିତ ତାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥଳରେ ବିଜେଡି ସାଂସ୍କୃତିକ ସମନ୍ଵୟ ସାମ୍ମୁଖ୍ୟ ଦ୍ଵାରା ଏହି ଜୟନ୍ତୀ ଉତ୍ସବ  ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ସର୍ବ ପ୍ରଥମେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପ୍ରାରମ୍ଭରେ ଅସୀମ ବସୁ ଉପରେ ସ୍ବରଚିତ କବିତା ଆବୃତ୍ତି କରିଥିଲେ ଶିକ୍ଷାବିତ୍ କାମଦେବ ମହାପାତ୍ର। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳ ସିଂ,ଗିରିଜା ଶଙ୍କର ମହାପାତ୍ର, ନରସିଂହ ବେହେରା,ପ୍ରାଧ୍ୟାପକ ରଙ୍ଗାଧର ସାହୁ,ମେଘନାଦ ମହାରଣା,ବିଜୟ ସାହୁ,ମାନସ ବେହେରା,ସୁଜ୍ଞାନ ଓଝା,ଶୁଭଙ୍କର ସାହୁ,ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ବରପୁତ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅମିତ୍ ପାତାଳ ସିଂ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking