ଭୁବନେଶ୍ୱର: ଜାତୀୟ ସ୍ୱଚ୍ଛ ସହର ତାଲିକାରେ ସ୍ଥାନ ପାଇଲା ଓଡ଼ିଶାର ୨ଟି ସହର। ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣ ସହର ତାଲିକାରେ ଆସିକା ଓ ଚିକିଟି ରହିଛନ୍ତି। ୨ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଆସିକା ରହିଛି । ୨୦ ହଜାରରୁ କମ୍ ଜନସଂଖ୍ୟା ବର୍ଗରେ ଚିକିଟିକୁ ସ୍ୱଚ୍ଛ ସହର ପୁରସ୍କାର ମିଳିଛି। ପ୍ରମିଜିଙ୍ଗ ସ୍ବଚ୍ଛ ସହର ଭାବେ ପୁରସ୍କାର ଜିତିଲା ଭୁବନେଶ୍ବର। ପୁରସ୍କାର ଗ୍ରହଣ କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।










