32.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଏସୀୟ କୁସ୍ତି ଚାମ୍ପିଅନ୍‌ଶିପ୍‌: ନିରାଶ କଲେ ପୁରୁଷ ଫ୍ରିଷ୍ଟାଇଲ୍ ପହେଲମାନ୍‌

ଏସୀୟ କୁସ୍ତି ଚାମ୍ପିଅନ୍‌ଶିପ୍‌: ନିରାଶ କଲେ ପୁରୁଷ ଫ୍ରିଷ୍ଟାଇଲ୍ ପହେଲମାନ୍‌

ଅମାନ୍‌: ଅନୁଭବୀ ପହେଲମାନ ମନୀଷା ଭାନ୍‌ୱାଲ୍ ଏଠାରେ ଚାଲିଥିବା ଏସୀୟ କୁସ୍ତି ଚାମ୍ପିଅନ୍‌ଶିପ୍‌ରେ ୨୦୨୧ ପରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ଅନ୍ତିମ ପଙ୍ଘାଲ୍‌ଙ୍କୁ ବ୍ରୋଞ୍ଜ୍ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ତେବେ ଶନିବାର ଭାରତର ପାଞ୍ଚଜଣ ପୁରୁଷ ଫ୍ରିଷ୍ଟାଇଲ୍ ପହେଲମାନ୍ ନିଜ ନିଜର ମ୍ୟାଚ୍ ହାରି ଚାମ୍ପିଅନ୍‌ଶିପ୍‌ରୁ ବିଦାୟ ନେଇଛନ୍ତି। ଶୁକ୍ରବାର ମନୀଷା ମହିଳା ୬୨ କିଗ୍ରା ବର୍ଗର ଫାଇନାଲ୍‌ରେ କୋରିଆର ଓକ୍ ଜେ କିମ୍‌ଙ୍କୁ ୮-୭ରେ ହରାଇ ଦେଇଛନ୍ତି। ଏହା ପୂର୍ବରୁ ସେ କଜାଖ୍‌ସ୍ତାନର ଟାଇନିସ୍ ଡୁବେକ୍‌ଙ୍କ ବିପକ୍ଷରେ ଟେକ୍ନିକାଲ୍ ଶ୍ରେଷ୍ଠତା ଆଧାରରେ ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲେ।

ଏହାପରେ କୋରିଆର ହନବିଟ୍ ଲିଙ୍କୁ ଚିତ୍ କରି ଆଉ ଏକ ଚମତ୍କାର ବିଜୟ ହାସଲ କରିଥିଲେ। ମନୀଷା ସେମିଫାଇନାଲ୍‌ରେ କଲମିରା ବିଲିମବେକ୍ କାଜିଙ୍କ ବିପକ୍ଷରେ ଆଧିପତ୍ୟ ବିସ୍ତାର କରି କେବଳ ଗୋଟିଏ ପଏଣ୍ଟ୍ ହରାଇବା ସହିତ ୫-୧ରେ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ୨୦୨୧ ଅଲ୍‌ମାଟି ଚାମ୍ପିଅନ୍‌ଶିପ୍‌ରେ ବିନେଶ ଫୋଗାଟ୍ ଓ ସରିତା ମୋର୍ ଭାରତ ପାଇଁ ଶେଷଥର ସ୍ୱର୍ଣ୍ଣ ପଦକ ଜିତିଥିଲେ। ଅନ୍ୟପକ୍ଷରେ ପ୍ୟାରିସ୍ ଅଲିମ୍ପିକ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ପ୍ରଥମ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ ଖେଳିଥିବା ୨୦ ବର୍ଷୀୟା ଅନ୍ତିମ ପଙ୍ଘାଲ୍ ୫୩ କିଗ୍ରା ବର୍ଗର କ୍ୱାର୍ଟର୍ ଫାଇନାଲ୍‌ରେ ଚୀନ୍‌ର ଜିନ୍ ଝାଙ୍ଗ୍‌ଙ୍କୁ ହରାଇଥିଲେ ମଧ୍ୟ ପରେ ଜାପାନର ମୋ କିୟୁକାଙ୍କଠାରୁ ପରାଜିତ ହୋଇଥିଲେ। ବ୍ରୋଞ୍ଜ୍ ପଦକ ପ୍ଲେଅଫ୍‌ରେ ଅନ୍ତିମ ତାଇପେଇର ମେଙ୍ଗ୍ ଏଚ୍ ସିୟେହଙ୍କୁ ଟେକ୍ନିକାଲ୍ ଶ୍ରେଷ୍ଠତା ଆଧାରରେ ହରାଇଥିଲେ। ଅନ୍ୟପକ୍ଷରେ ନେହା ଶର୍ମା (୫୭ କିଗ୍ରା), ମୋନିକା (୬୫ କିଗ୍ରା) ଓ ଜ୍ୟୋତି ବେରୀୱାଲ୍ (୭୨ କିଗ୍ରା) ପଦକ ପର୍ଯ୍ୟାୟରେ ମଧ୍ୟ ପହଞ୍ଚିପାରି ନଥିଲେ। ବର୍ତ୍ତମାନ ସୁଦ୍ଧା ଭାରତ ଦୁଇଟି ଗ୍ରୀକୋ ରୋମାନ୍ ପଦକ ସମେତ ଟୁର୍ଣ୍ଣାମେଣ୍ଟ୍‌ରେ ଏକ ସ୍ୱର୍ଣ୍ଣ ଏବଂ ଏକ ରୌପ୍ୟ ଏବଂ ୬ ବ୍ରୋଞ୍ଜ୍ ପଦକ ଜିତିଛି।ଶନିବାର ଆୟୋଜିତ ପୁରୁଷ ଫ୍ରିଷ୍ଟାଇଲ୍‌ରେ ଭାରତୀୟ ପହେଲମାନ୍ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ସୁଜିତ କଲାଲ (୬୫ କିଗ୍ରା), ବିଶାଳ କାଳୀରମଣ (୬୫ କିଗ୍ରା), ଚନ୍ଦ୍ରମୋହନ (୭୯ କିଗ୍ରା), ଚିରାଗ (୫୭ କିଗ୍ରା) ନିଜ ନିଜର ବାଉଟ୍ ହାରି ଟୁର୍ଣ୍ଣାମେଣ୍ଟ୍‌ରୁ ବିଦାୟ ନେଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking