22.1 C
Bhubaneswar
Monday, December 15, 2025
Homeଖେଳଏସିଆନ୍ ଜୁନିୟର ବକ୍ସିଂ ଚାମ୍ପିଅନ୍‌ଶିପ୍‌; ଭାରତର ୪୩ ପଦକ ନିଶ୍ଚିତ

ଏସିଆନ୍ ଜୁନିୟର ବକ୍ସିଂ ଚାମ୍ପିଅନ୍‌ଶିପ୍‌; ଭାରତର ୪୩ ପଦକ ନିଶ୍ଚିତ

ଅମାନ: ଜୋର୍ଡାନର ଅମାନ୍ ଠାରେ ଚାଲିଥିବା ୧୫ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ଉଦ୍‌ଘାଟନୀ ଏସିଆନ୍ ଜୁନିୟର ବକ୍ସିଂ ଚାମ୍ପୟନଶିପ୍‌ରେ ଭାରତର ଆଉ ୪ଜଣ ବକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଭାରତୀୟ ପ୍ରତିଯୋଗୀମାନେ ବର୍ତ୍ତମାନ ସୁଦ୍ଧା ୪୩ ପଦକ ପକ୍କା କରିଛନ୍ତି। ପ୍ରତ୍ୟେକ ସେମିଫାଇନାଲିଷ୍ଟଙ୍କ ବ୍ରୋଞ୍ଜ୍ ପଦକ ବ୍ୟବସ୍ଥା ଥିବାରୁ ଭାରତ ୧୫ ବର୍ଷରୁ କମ୍ ବିଭାଗରେ ୨୫ ଏବଂ ୧୭ ବର୍ଷରୁ କମ ବିଭାଗରେ ୧୮ ପଦକ ମିଳିବା ନିଶ୍ଚିତ ହୋଇଯାଇଛି।

ରିପୋର୍ଟ ଅନୁସାରେ ୧୭ ବର୍ଷରୁ କମ୍ ବୟସର ବାଳକ ବର୍ଗରେ ଅମନ୍ ସିୱାଚ୍ (୬୩କେଜି) ଓ ଦେବାଂଶ (୮୦କେଜି) ଯଥାକ୍ରମେ ଫିଲିପାଇନ୍ସ ଓ ଜୋର୍ଡାନର ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ସେମାନଙ୍କ କ୍ୱାର୍ଟରଫାଇନାଲ୍ ବାଉଟ୍ ରେଫରି ଷ୍ଟପ୍‌ଡ କଣ୍ଟେଷ୍ଟ (ଆର୍‌ଏସ୍‌ସି)ରେ ବିଜୟ ଲାଭ କରିଛନ୍ତି। ସେହିପରି ବାଳିକା ବିଭାଗରେ ସିମରନଜିତ୍ କୌର (୬୦କେଜି) ଜୋର୍ଡାନର ଆୟା ଅଲ୍‌ହାସାନତଙ୍କ ବିପକ୍ଷରେ ୫-୦ରେ ଏବଂ ହିମାଂଶି (୭୦କେଜି) ପାଲେଷ୍ଟାଇନ୍‌ର ଫାରାହା ଆବୋ ଲୟୋଲାଙ୍କ ବିପକ୍ଷରେ ଏକ ଆରଏସ୍‌ସି ସହିତ ବିଜୟୀ ହୋଇଛନ୍ତି। ସେ ପାଲେଷ୍ଟାଇନ୍‌ର ଫରାହ୍ ଆବୋ ଲାୟଲାଙ୍କୁ ପରାସ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking