26.1 C
Bhubaneswar
Thursday, September 19, 2024
Homeଖେଳଏସିଆନ ଚାମ୍ପିଅନ୍ସ ଟ୍ରଫି : ପାକିସ୍ତାନକୁ ହରାଇଲା ଭାରତ

ଏସିଆନ ଚାମ୍ପିଅନ୍ସ ଟ୍ରଫି : ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନକୁ ହରାଇଲା ଭାରତ । ଚୀନରେ ଚାଲିଥିବା ଏସିଆନ ଚାମ୍ପିଅନ୍ସରେ ଭାରତୀୟ ହକି ଟିମର ବିଜୟ ଧାରା ଜାରି ରହିଛି । ଆଜି ପାକିସ୍ତାନକୁ ୨-୧ରେ ପରାସ୍ତ କରିଛି ଭାରତ । ଦଳ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ୧୩ ଓ ୧୯ ତମ ମିନିଟରେ ଦୁଇଟି ଗୋଲ ଦେଇଛନ୍ତି । ଫଳରେ ଭାରତ ଦମଦାର ବିଜୟ ହାସଲ କରିଛି । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ କୌଣସି ବି ଗୋଟିଏ ମ୍ୟାଚ୍‌ ହାରିନାହିଁ ।ଭାରତ ଏବଂ ପାକିସ୍ତାନ ଟିମ ମଧ୍ୟରେ ୩୫୦ ଦିନ ପରେ ହକି ମ୍ୟାଚ ହୋଇଥିଲା । ପାକିସ୍ତାନ ଖେଳ ଆରମ୍ଭରୁ ଭାରତ ଉପରେ ଆଟାକ୍‌ କରିଥିଲା । ୭ ମିନିଟରେ ପାକିସ୍ତାନର ହନ୍ନାନ ଶାହିଦ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା । ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ୧୩ ମିନିଟରେ ପ୍ରଥମ ଗୋଲ ଦେଇ ସ୍ଥିତି ୧-୧କୁ ଆଣିଥିଲେ । ଭାରତକୁ ଦ୍ୱିତୀୟ କ୍ୱାର୍ଟରର ୧୯ ମିନିଟରେ ପେନାଲିଟି କର୍ଣ୍ଣର ମିଳିଥିଲା । ଏହାପରେ ଭାରତ ଦ୍ୱିତୀୟ ଗୋଲ କରିଥିଲା । ଏହାସହିତ ଭାରତ ୨-୧ରେ ଆଗୁଆ ହୋଇଥିଲା ।ତୃତୀୟ କ୍ୱାର୍ଟର ଭାରତକୁ ୩୮ ମିନିଟରେ ପେନାଲିଟି କର୍ଣ୍ଣର ସୁଯୋଗ ମିଳିଥିଲା । କିନ୍ତୁ ଅଧିନାୟକ ହରମନପ୍ରୀତ ସିଂ ହ୍ୟାଟ୍ରିକ ସୁଯୋଗକୁ ହରାଇଦେଇଥିଲେ । ୬ଟି ଦଳକୁ ନେଇ ଖେଳା ଯାଉଥିବା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ଆସନ୍ତା ୧୬ ରେ ଓ ଫାଇନାଲ ୧୭ ତାରିଖରେ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking