33.1 C
Bhubaneswar
Saturday, October 5, 2024
Homeଖେଳଏସିଆନ୍ ବିଲିୟାର୍ଡ୍ସ ଚାମ୍ପିଅନ୍‌ଶିପ୍‌; ଫାଇନାଲ୍‌ରେ ପଙ୍କଜ ଆଡ଼ଭାନୀ

ଏସିଆନ୍ ବିଲିୟାର୍ଡ୍ସ ଚାମ୍ପିଅନ୍‌ଶିପ୍‌; ଫାଇନାଲ୍‌ରେ ପଙ୍କଜ ଆଡ଼ଭାନୀ

ରିୟାଦ୍‌: ଭାରତ ଶୀର୍ଷ କ୍ୟୁଇଷ୍ଟ୍ ପଙ୍କଜ ଆଡ଼ଭାନୀ ଏଠାରେ ଚାଲିଥିବା ଏସିଆନ୍ ବିଲିୟାର୍ଡ୍ସ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି । କ୍ୱାର୍ଟର ଫାଇନାଲ୍‌ରେ ଆଡ଼ଭାନୀ ନିଜ ଦେଶର ଶ୍ରୀକ୍ରିଷ୍ଣ ସୂର୍ଯ୍ୟନାରାୟଣନ୍‌ଙ୍କୁ ୫-୦ରେ ଏବଂ ସେମିଫାଇନାଲ୍‌ରେ ସୌରଭ କୋଠାରୀଙ୍କୁ ୫-୦ରେ ହରାଇ ଦେଇଛନ୍ତି । ସୂର୍ଯ୍ୟନାରାୟଣଙ୍କ ବିପକ୍ଷରେ ଆଡ଼ଭାନୀ ନିଜ ଚମତ୍କାର କୌଶଳ ବଳରେ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ । ପ୍ରଥମ ଫ୍ରେମ୍‌ରେ ଆଡ଼ଭାନୀ ୧୦୦ ସ୍କୋର୍ କରିଥିବା , ବେଳେ ସୂର୍ଯ୍ୟନାରାୟଣନ୍ ୭୮ ସ୍କୋର୍ କରିବାକୁ ସମର୍ଥ ହୋଇଥିଲେ । ତେବେ ପରବର୍ତ୍ତୀ ଫ୍ରେମ୍‌ଗୁଡ଼ିକରେ ଆଡ଼ଭାନୀଙ୍କ ଶକ୍ତିଶାଳୀ ପ୍ରଦର୍ଶନର ଶ୍ରୀକ୍ର୍ରିଷ୍ଣା ଜବାବ ଦେଇନପାରି ପରାଜିତ ହୋଇଥିଲେ । ସେମିଫାଇନାଲ୍‌ରେ ସୌରଭଙ୍କ ବିପକ୍ଷରେ ଆଡ଼ଭାନୀ ସମସ୍ତ ପାଞ୍ଚଟି ଯାକ ଫ୍ରେମ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ । ପ୍ରତ୍ୟେକ ଫ୍ରେମ୍‌ରେ ସେ ୧୦୦ ସ୍କୋର୍ କରିଥିବା ବେଳେ ସୌରଭ ଯଥାକ୍ରମେ ୨୯, ୩୩, ୩୮, ୨୧ ଏବଂ ୦ ସ୍କୋର୍‌ରେ ଅଟକିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking