21.1 C
Bhubaneswar
Tuesday, February 24, 2026
Homeଓଡିଶାଖୁବଶିଘ୍ର ଏଏସ୍‌ଆଇ ମରାମତି ଆରମ୍ଭ କରିବ : ପୃଥ୍ୱୀରାଜ ହରିଚନ୍ଦନ

ଖୁବଶିଘ୍ର ଏଏସ୍‌ଆଇ ମରାମତି ଆରମ୍ଭ କରିବ : ପୃଥ୍ୱୀରାଜ ହରିଚନ୍ଦନ

ପୁରୀ : ଖୁବଶୀଘ୍ର ରତ୍ନଭଣ୍ଡାର କାମ ମରାମତି ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି, ପ୍ରାଥମିକ ଯାଞ୍ଚ ସରିଛି, ଖୁବଶିଘ୍ର ଏଏସ୍‌ଆଇ ମରାମତି ଆରମ୍ଭ କରିବ। ଏସ୍‌ଓପିରେ କିଛି ସଂଶୋଧନ ଦରକାର ଥିଲା, ତାହା ହୋଇସାରିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ମହାପ୍ରଭୁଙ୍କ ରିତିନୀତିରେ ଯେପରି ଅସୁବିଧା ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ଆକଳନ ହୋଇ ସାରିଥିବା ବେଳେ କାମ ଆରମ୍ଭ ପ୍ରକ୍ରିୟା ବାକି ରହିଛି। ଆଗ ବାହାର ରତ୍ନଭଣ୍ଡାର ମରାମତି କାମ ସରିବ। ଭିତର ମରାମତି ପାଇଁ ଲେଜର ସ୍କାନିଂ ହେବ କି ନ ହେବ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି।ଚାବି ହଜିବାକୁ ନେଇ ସେ କହିଛନ୍ତି ତଦନ୍ତ ରିପୋର୍ଟ କାର୍ଯ୍ୟାନୁଷ୍ଠାନ ଖୁବ୍‌ ଶୀଘ୍ର ହେବ। ଚାବି ପ୍ରହେଳିକା ରତ୍ନଭଣ୍ଡାର ନ ଖୋଲିବା ଷଡ଼ଯନ୍ତ୍ରର ଖୁଲାସା ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking