25.1 C
Bhubaneswar
Thursday, February 5, 2026
Homeଓଡିଶାବାଣପୁର ବ୍ଲକର ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ...

ବାଣପୁର ବ୍ଲକର ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଘୋଷଣା

ଭୁବନେଶ୍ୱର: ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି I ଓଡିଶାର ଐତିହ୍ୟକୁ ଏହି ବିଶେଷ ଅବଦାନ ପାଇଁ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି I

ସୂଚନା ଯୋଗ୍ୟକି ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଏହି ସ୍ଵପ୍ନେଶ୍ଵର ମହାଦେବ ପ୍ରତିଷ୍ଠା ହୋଇଥିଲା I ପୁରାତନ କୀର୍ତ୍ତିରାଜିରେ ଭରପୁର ତଥା ଐତିହ୍ୟ ସମ୍ପର୍ଣ୍ଣ ଏହି ମନ୍ଦିରର ସୁରକ୍ଷା ପାଇଁ ୧୯୭୭-୭୮ ମସିହାରେ ସେତେବେଳର ସଂସ୍କୃତି ମନ୍ତ୍ରୀ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଆଗେଇ ଆସିବା ସହ ରାଜ୍ୟ ପ୍ରତ୍ନତତ୍ତ୍ୱକୁ ଦାୟିତ୍ୱ ଦେଇଥିଲେ I

ତେବେ ପରବର୍ତ୍ତୀ ସମୟରେ ଏହା ଅବହେଳିତ ଅବସ୍ଥାକୁ ଆସିଯାଇଥିଲା I କିନ୍ତୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶର ଶାସନ ଭାର ହାତକୁ ନେବାପରେ ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ (ASI)ଏହାର ଦାୟିତ୍ୱ ବହନ କରିବା ପ୍ରକ୍ରିୟା ଆରମ୍ଭ କରାଇଥିଲେ I

୨୦୨୪ରେ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ହେବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଓ ପ୍ରଚେଷ୍ଠା ରେ ଏହି କାର୍ଯ୍ୟ ଆହୁରି ଦ୍ରୁତତର ହୋଇଥିଲା I ଫଳରେ ଭାରତ ସରକାରଙ୍କ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ (ASI) ଏହି ଐତିହ୍ୟ ସ୍ଥଳୀକୁ ନିକଟରେ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରିଛି I ଏଥି ଲାଗି ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ପୂର୍ବତନ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିସନ ରେଡ୍ଡୀ, ବରିଷ୍ଠ ରାଜନେତା ଶ୍ରୀ ସମୀର ମହାନ୍ତିଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି I ଓଡ଼ିଆ ଅସ୍ମିତାର ପରିଚୟ ସ୍ୱରୂପ ଏହି କୀର୍ତ୍ତିରାଜି ସୁରକ୍ଷା ଲାଗି ASI ର ଏହି ଘୋଷଣା ସାରା ଓଡ଼ିଶା ଲାଗି ଖୁସିର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking