21.1 C
Bhubaneswar
Sunday, February 1, 2026
Homeଦେଶ ବିଦେଶଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ସମ୍ମାନ

ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ସମ୍ମାନ

ନୂଆଦିଲ୍ଲୀ: ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ସମ୍ମାନ । ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭାରତୀୟ ବାୟୁ ସେନାର ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା ପାଇଁ ଶୁଭାଂଶୁଙ୍କୁ ସମ୍ମାନିତ କରାଯାଇଛି । ଭାରତର ସର୍ବୋଚ୍ଚ ଶାନ୍ତିକାଳୀନ ସାମରିକ ସମ୍ମାନ ଅଶୋକ ଚକ୍ର । ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଜୁନ ୨୦୨୫ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ପରିଦର୍ଶନରେ ପ୍ରଥମ ଭାରତୀୟ ହୋଇ ଇତିହାସ ସୃଷ୍ଟି କରିଥିଲେ । ସେ ଆକ୍ସିଅମ-୪ ମିଶନର ଅଂଶ ଥିଲେ, ରାକେଶ ଶର୍ମାଙ୍କ ୧୯୮୪ ମିଶନର ୪୧ ବର୍ଷ ପରେ ସେ ମହାକାଶ ଯାତ୍ରା କରିଥିବା ଦ୍ୱିତୀୟ ଭାରତୀୟ ଥିଲେ । ମହାକାଶରେ ତାଙ୍କର ସଫଳତା ବ୍ୟତୀତ, ଶୁକ୍ଲା ଜଣେ ଲଢୁଆ ପାଇଲଟ । ୨,୦୦୦ ଘଣ୍ଟାରୁ ଅଧିକ ଉଡାଣ ଅଭିଜ୍ଞତା ରହିଛି । ସେ ଏସୟୁ-୩୦, ମିଗ-୨୧, ମିଗ-୨୯, ଜାଗୁଆର, ହକ, ଡୋର୍ନିଅର, ଆନ-୩୨ ସମେତ ବିଭିନ୍ନ ପ୍ରକାର ବିମାନ ଚଳାଇଛନ୍ତି । ଯାହା ବାୟୁସେନାରେ ଏକ ଅସାଧାରଣ ବୃତ୍ତିଗତ ରେକର୍ଡ ପ୍ରଦର୍ଶନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking