30.1 C
Bhubaneswar
Thursday, February 12, 2026
Homeଓଡିଶାଆଶା ଦିଦିଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଆଶା ଦିଦିଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବାତ୍ୟାବେଳେ ଜଣେ ଆଶାକର୍ମୀ ବୃଦ୍ଧାଙ୍କୁ ନିଜ ପିଠିରେ ବୋହି ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଛନ୍ତି। ଏହି ଖବର ପ୍ରସାରଣ ହେବା ପରେ ଉକ୍ତ ଆଶାକର୍ମୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ଆଡୁ ପ୍ରଶଂସାର ଶୁଅ ଛୁଟିବାରେ ଲାଗିଛ। ଏହି ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆ ସବସେଣ୍ଟର ଅନ୍ତର୍ଗତ ଖାସମୁଣ୍ଡାଗ୍ରାମରେ। ଆଉ ବୃଦ୍ଧାକୁ ବୋହି ଆଣୁଥିବା ସେ ଆଶାଭଉଣୀ ହେଉଛନ୍ତି ଶିବାନୀ ମଣ୍ଡଳ।

ଏହି ମହତ କାର୍ୟ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କର ଏହି କାମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ସୋସିଆଲ ମିଡିଆ ‘ଏକ୍ସ’ ରେ ଉଲ୍ଲେଖ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି । ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking