23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଆଶାରାମ ବାପୁଙ୍କ ଅବସ୍ଥା ଗୁରୁତର

ଆଶାରାମ ବାପୁଙ୍କ ଅବସ୍ଥା ଗୁରୁତର

ଗୁଜୁରାଟ: ଅସୁସ୍ଥ ହେଲେ ଗାନ୍ଧୀନଗର କୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀ ଆଶାରାମ ବାପୁ। ତାଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ବିଚାରପତି ଇଲେଶ ଭୋରା ଏବଂ ଜଷ୍ଟିସ ପିଏମ୍ ରାୱଲଙ୍କ ଖଣ୍ଡପୀଠ ସ୍ୱାସ୍ଥ୍ୟଗତ କାରଣରୁ ଆଶାରାମଙ୍କ ଅସ୍ଥାୟୀ ଜାମିନକୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଆଶାରାମ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଅଛି। ଅଦାଲତ ଆଶାରାମଙ୍କୁ ତୃତୀୟ ଥର ପାଇଁ ଅସ୍ଥାୟୀ ଜାମିନ ପ୍ରଦାନ କରିବା ସମୟରେ ଜୁଲାଇ ୩୦ତାରିଖରେ ସୁପ୍ରିମକୋର୍ଟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶକୁ ଉଲ୍ଲେକ କରିଥିଲେ।

ଯେଉଁଥିରେ ତାଙ୍କୁ ମୁଖ୍ୟତଃ ଅସୁସ୍ଥତା କାରଣରୁ ଅସ୍ଥାୟୀ ଜାମିନ ଅବଧି ବୃଦ୍ଧି ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାର ସ୍ୱାଧୀନତା ଦିଆଯାଇଥିଲା। ହାଇକୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ ଆଶାରାମ ବାପୁ ବର୍ତ୍ତମାନ ଇନ୍ଦୋରର ଜୁପିଟର ହସ୍ପିଟାଲର ଆଇସିୟୁରେ ଅଛନ୍ତି। ଏହାସହ ଡାକ୍ତରୀ ରିପୋର୍ଟ ଅନୁଯାୟୀ, ତାଙ୍କ ଟ୍ରୋପୋନିନ୍ ସ୍ତର ବହୁତ ଅଧିକ ଥିବା ଜଣାପଡିଛି। ଚିକିୁତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ପରିସ୍ଥିତିରେ ପୂର୍ବରୁ ଦିଆଯାଇଥିବା ଅସ୍ଥାୟୀ ଜାମିନ ଏହି ଆବେଦନର ବିଚାରଧୀନ ରହିବା ପର୍ଯ୍ୟନ୍ତ ସମାନ ସର୍ତ୍ତରେ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ କୋର୍ଟ ତାଙ୍କୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ପ୍ରଦାନ କରିଥିଲେ ଏବଂ ପରେ ଏହି ଆଶ୍ୱସ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking