26.1 C
Bhubaneswar
Sunday, January 18, 2026
Homeଓଡିଶାଅରବିନ୍ଦ ନିଲମ୍ବନ: ବିଜେଡି କହିଲା କାରଣ

ଅରବିନ୍ଦ ନିଲମ୍ବନ: ବିଜେଡି କହିଲା କାରଣ

ଭୁବନେଶ୍ୱର: ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ପ୍ରସଙ୍ଗ । ଦଳରୁ ନିଲମ୍ବନ ପଛର କାରଣ କହିଲା ବିଜେଡି । ବିଜେଡି କହିଛି ଯେ ୨୨ ମାସର ରିପୋର୍ଟ ଅନୁଯାୟୀ ପଦକ୍ଷେପ ନିଆଯାଇଛି । ଟିକେଟ୍ ନେବା ପରଠାରୁ ବିଶ୍ୱାସଘାତକ କରିଥିଲେ । ବାପା – ପୁଅ ଦଳ ଭାବେ ପାଟକୁରାରେ ଶାସନ କରୁଥିଲେ । ସାଂସଦ ପ୍ରାର୍ଥୀଙ୍କୁ ହରାଇବା ମଙ୍ଗ ଧରିଥିଲେ ଅରବିନ୍ଦ । କାର୍ଯ୍ୟକ୍ରମରେ ଦଳ ଚିହ୍ନ ଓ ସଭାପତିଙ୍କ ଫଟୋ ରଖୁନଥିଲେ ।ସୂଚନାଥାଉ ଦଳ ବିରୋଧୀ କାର୍ଯ୍ୟ କରିବାରୁ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡଙ୍କୁ ନିକଟରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ନିଲମ୍ବନ କରିଥିଲେ । ବର୍ତ୍ତମାନ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଗତକାଲି ଏହି ପ୍ରସଙ୍ଗରେ ଅରବିନ୍ଦ ମହାପାତ୍ର କହିଥିଲେ ଯେ ଭୁଲ ଭୁଲେୟା କାହାଣୀ ନ କହି, ଅଭିଯୋଗର ପ୍ରମାଣ ଦିଅନ୍ତୁ । ଯଦି ଅଭିଯୋଗ ଅଛି ତଥ୍ୟ ସହିତ କୁହନ୍ତୁ । କାହା ସହ କେଉଁଦିନ, କେତେବେଳେ ବସିଥିଲି କହିଲେ ଭଲ ହେବ । ସଂଗଠିତ କରିବା ଅଭିଯୋଗ ନେଇ କହିଲେ ମୁଁ ମାତ୍ର ଦେଢ ବର୍ଷର ବିଧାୟକ । ଅଭିଯୋଗ ଦଳ ଲଗାଇଛି, ଦଳ ପ୍ରମାଣିତ କରିବା ଦରକାର । ସିଙ୍ଗିଲ ୱାର୍ଡ କହି ଖସିଯିବା ଅନୁଚିତ । ପ୍ରମାଣିତ କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking