ଭୁବନେଶ୍ୱର: ନିଲମ୍ବନ ସମ୍ପର୍କିତ ଅଭିଯୋଗକୁ ଚ୍ୟାଲେଞ୍ଜ କଲେ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଆରୋପକୁ ନେଇ ଖୋଲା ଚ୍ୟାଲେଞ୍ଜ କଲେ ଅରବିନ୍ଦ। କହିଲେ କେତେବେଳେ ଆଣ୍ଟି ପାର୍ଟି, କେତେବେଳେ ମିଡ ଡେ ଅପରେସନ ଆରୋପ ଲଗାଯାଇଛି । ସାଂସଦ ପ୍ରାର୍ଥୀଙ୍କୁ ହରାଇବା ଓ ପାଟକୁରାବାସୀଙ୍କୁ ହଇରାଣର ଆରୋପ ଲଗାଯାଇଛି । ଏହା ଭିତରୁ କେଉଁଠି ଠିକ, ନା ତାଲିକା ଆଗକୁ ବଢିବ କହି ତାଚ୍ଛଲ୍ୟ କରିଛନ୍ତି। କେଉଁମାନେ ଏନେଇ ତଥ୍ୟ ଦେଉଛନ୍ତି ଜାଣିବାକୁ ଚାହୁଁଛି କହିଲେ ଅରବିନ୍ଦ। ନବୀନ ବାବୁ ଶେଷ ଦେଖାରେ ବାପା କିପରି ଅଛନ୍ତି ପଚାରିଥିଲେ । ଯଦି ମୁଁ କିଛି ଭୁଲ କରୁଥିଲି, ସେତେବେଳେ କହିପାରିଥାନ୍ତେ । କୌଣସି ଆରୋପର କାହା ସହ କାହାର ତାଳମେଳ ରହୁନି । ଏମଏଲଏ ପାଣ୍ଠି ଖର୍ଚ୍ଚକୁ ହେରଫେର ଅଭିଯୋଗର ଖୋଲା ବିତର୍କ ଚାହୁଁଛି କହିଲେ ଅରବିନ୍ଦ। ଯଦି ତ୍ରୁଟି କରିଛି, ଗଣମାଧ୍ୟମ ସାମ୍ନାରେ କୋଲା ବିତର୍କକୁ ଆସନ୍ତୁ । ନବୀନ ବାବୁଙ୍କୁ ଦେଖା କରିବାକୁ ଲକ୍ଷ୍ୟ ରଖିଥିଲି କହିଛନ୍ତି ଅରବିନ୍ଦ। ନବୀନ ବାବୁ କାଲି କହି ସାରିବା ପରେ ଆଉ କାହିଁକି ଦେଖା କରିବି ଜାଣିପାରୁନି । ନବୀନ ବାବୁଙ୍କୁ ଡାଟା କିଏ ଦେଉଛି ତାହାକୁ ଆଧାର କରି ସେ କହିଲେ, ଜାଣିନି । ସାଂସଦଙ୍କୁ ହଟାଇବା ପାଇଁ କାର୍ଯ୍ୟ କରିବା ଅଭିଯୋଗକୁ ଖଣ୍ଡନ କରୁଛି । ଯିଏ ସାଂସଦ ପ୍ରାର୍ଥୀ ହୋଇଥିଲେ ତାଙ୍କ ସହ ପାରିବାରିକ ସମ୍ପର୍କ ଅଛି । ମହାକାଳପଡାରେ ସାଂସଦପ୍ରାର୍ଥୀ ସବୁଠୁ କମ ଭୋଟ ପାଇଥିଲେ । ତାହାହେଲେ ମହାକାଳପଡାରେ କିଏ ଷଡଯନ୍ତ୍ର କରିଥିଲା ପଚାରିଛନ୍ତି ଅରବିନ୍ଦ । ଆହୁରି କହିଛନ୍ତି, ମୁଁ ଯଦି କେନ୍ଦ୍ରାପଡା ପାର୍ଥୀଙ୍କୁ ହରାଇଲି, ଅନ୍ୟ ୨୦ ପ୍ରାର୍ଥୀଙ୍କୁ କିଏ ହରାଇଲା । ବିଜେଡିରେ ମିଶିବା ପ୍ରସ୍ତାବ ନବୀନ ବାବୁଙ୍କ ପାଖରୁ ଆସିଥିଲା । ପାଟକୁରାବାସୀଙ୍କ ମତାମତ ନେବାପରେ ବିଜେଡିରେ ମିଶିଥିଲେ । ମୋ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା, ମୁଁ ଖଣ୍ଡନ କରୁଛି । ମୋତେ ସୋକଜ ନୋଟିସ ଦିଆଗଲା ନାହିଁ । ପାଟକୁରାବାସୀଙ୍କୁ ହଇରାଣ ନେଇ ନବୀନ ବାବୁଙ୍କ ଅଭିଯୋଗ ଗ୍ରହଣୀୟ ନୁହେଁ । ବାରମ୍ବାର ଅଭିଯୋଗ ବଦଳୁଥିବାରୁ ମୋ ବିରୋଧରେ ଷଡଯନ୍ତ୍ର ହୋଇଥାଇପାରେ ।










