27.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶଦିଲ୍ଲୀ ହାଇକୋର୍ଟକୁ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜ

ଦିଲ୍ଲୀ ହାଇକୋର୍ଟକୁ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳୁନି ଆଶ୍ୱସ୍ତି । ସିବିଆଇ ଦ୍ୱାରା ଗିରଫ ହୋଇ
୫ ଅଗଷ୍ଟରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଜେଲରେ ରହିବା ଶୁଣାଣିକୁ ଚ୍ୟାଲେଞ୍ଜ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଯାହାର ଶୁଣାଣି ଆଜି ସୁପ୍ରିମ କୋର୍ଟ କରୁଛନ୍ତି । ମଦ ନୀତି ଦୁର୍ନୀତିରେ ମନୀଷ ସିସୋଦିଆ, କେ କବିତା, ବିଜୟ ନାୟାରଙ୍କ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜାମିନ ପାଇବେ କି ନାହିଁ ତାକୁ ନେଇ ଉଠୁଛି ପ୍ରଶ୍ନ । ବର୍ତ୍ତମାନ ସୁପ୍ରିମକୋର୍ଟରେ ଦିଲ୍ଲୀ ସିଏମଙ୍କ ଜାମିନ ଉପରେ ଶୁଣାଣି ଚାଲିଛି। କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଭି କୋର୍ଟରେ ଅନେକ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସିବିଆଇ ତାଙ୍କୁ ଜେଲରୁ ବାହାରକୁ ଯିବାକୁ ଚାହୁଁନାହିଁ। ସିଂଭି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ କେଜ୍ରିୱାଲଙ୍କୁ ଇଡି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ସମୟରେ ପ୍ରଚାର ପାଇଁ କେଜ୍ରିୱାଲଙ୍କୁ ୨୧ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନ ମଧ୍ୟ ଦିଆଯାଇଛି। କେଜ୍ରିୱାଲ ଜାମିନ ପାଇବେ କି ନାହିଁ , ଏହା କିଛି ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ।

 

ତେଲେଙ୍ଗାନାରେ ଏନକାଉଣ୍ଟର : ୬ ମାଓବାଦୀ ନିହତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking