ଭୁବନେଶ୍ୱର: ବୁଧବାର ଭୁବନେଶ୍ୱରରେ ଏକ ବର୍ଷଣ ସନ୍ଧ୍ୟାରେ ସାହିତ୍ୟ ଓ ସଙ୍ଗୀତର ଅନନ୍ୟ ଯୁଗଳବନ୍ଦୀ ଦେଖିବାକୁ ମିଳିଥିଲା । ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପରିକଳ୍ପିତ ଏକ ଭିନ୍ନ ଧରଣର ସାଂସ୍କୃତିକ କାଯ୍ୟକ୍ରମ ଥିଲା । ଯେଉଁଠି ଡ. ଅରୁଣ ସାହୁଙ୍କ ସମ୍ପାଦିତ ସାଇତା ସତ ! ପୁସ୍ତକ ଏବଂ ବେହାଲ ବର୍ଷା ସଙ୍ଗୀତର ଲୋକାର୍ପଣ ହୋଇଥିଲା । ପ୍ରେକ୍ଷାଳୟରେ ଉପସ୍ଥିତ ବିଭିନ୍ନ ବର୍ଗର ଦର୍ଶକ ଓ ଶ୍ରୋତା ଡ. ସାହୁଙ୍କ ‘ସାଇତା ସତ’ ! ଶୁଣି ‘ବେହାଲ ବର୍ଷା’ରେ ଭିଜିଥିଲେ । ଭଞ୍ଜକଳା ମଣ୍ଡପରେ ଆୟୋଜିତ ଏହି ସାରସ୍ୱତ ସଙ୍ଗୀତ ସନ୍ଧ୍ୟାରେ ବିଶିଷ୍ଟ ସ୍ତମ୍ବକାର ଅଭିରାମ ବିଶ୍ୱାଳ ଏବଂ କଳା ଓ ସଙ୍ଗୀତର ଅତିଥି ଭାବେ ବର୍ଷୀୟାନ ଅଭିନେତା ଚୌଧୁରୀ ବିକାଶ ଦାସ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଅଭିନେତା ଚୌଧୁରୀ ବିକାଶ ଦାସ ରାଜନୀତିରେ ଥିବା ସତ୍ତ୍ୱେ ସାହିତ୍ୟ ପ୍ରତି ନିଜ ଅନୁରାଗ କାରଣରୁ ଲେଖନୀ ଚାଳନାରେ ବିଧାୟକ ଅରୁଣ ସାହୁ ଏହି କଳାକୁ ଅତ୍ୟନ୍ତ ସୁନ୍ଦର ଭାବେ ଜନମାନସରେ ଉତ୍ତରଣ କରିପାରିଛନ୍ତି । ସେହିପରି ଅଭିରାମ ବିଶ୍ୱାଳ ଲେଖକ ଅରୁଣ ସାହୁଙ୍କ ସାହିତ୍ୟ ପ୍ରତି ଥିବା ଅନୁରାଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବି କେ ପବ୍ଲିକେଶନର ପ୍ରକାଶକ ବିଜୟ ମାପାତ୍ର ପୁସ୍ତକଟିକୁ ପ୍ରକାଶ କରିଛନ୍ତି । କାଯ୍ୟକ୍ରମରେ ବିଧାୟକ ଅରୁଣ ସାହୁଙ୍କ ସମେତ ବରିଷ୍ଠ ରାଜନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସ ବର୍ମା , ସୁଶାନ୍ତ ରାଉତ , ବ୍ୟୋମକେଶ ରାୟ ଦେବୀ ରଞ୍ଜନ ତ୍ରିପାଠୀ, ଉମାକାନ୍ତ ସାମନ୍ତ ରାୟ, ପ୍ରଶାସକ ମନୋରଞ୍ଜନ ପାଣିଗ୍ରାହୀ, କଣ୍ଠଶିଳ୍ପୀ ସୁସ୍ମିତା ଦାସ ପ୍ରମୁଖଙ୍କ ସମେତ ବହୁ ସାହିତ୍ୟାନୁରାଗୀ ଉପସ୍ଥିତ ଥିଲେ । ଅଂଶୁମାନ କାଯ୍ୟକ୍ରମ ସଞ୍ଚାଳନ କରିଥିଲେ ।










