18.1 C
Bhubaneswar
Wednesday, February 4, 2026
Homeଓଡିଶାଅରୁଣଙ୍କ ରଚିତ ‘ପୀଡା’ ଉନ୍ମୋଚିତ

ଅରୁଣଙ୍କ ରଚିତ ‘ପୀଡା’ ଉନ୍ମୋଚିତ

ଭୁବନେଶ୍ୱର: ଉତ୍କଳ ମଣ୍ଡପରେ ବରିଷ୍ଠ ରାଜନେତା ତଥା ବିଧାୟକ ଅରୁଣ ସାହୁଙ୍କ ଉପନ୍ୟାସ ‘ପୀଡା’ ଓ ଗୀତ ‘ଶୀତୁଆ ସନ୍ଧ୍ୟା’ ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷାବିତ ମନୋରଞ୍ଜନ ସାହୁ ଯୋଗ ଦେଇ ବାସ୍ତବତା ଆଧାରରେ ଏହି ଉପନ୍ୟାସ ରଚିତ ହୋଇଛି ବୋଲି କହିଥିଲେ । ଭିନ୍ନ ଭିନ୍ନ ସ୍ଥାନକୁ ପରିଭ୍ରମଣ ନକଲେ ମଣିଷମାନଙ୍କର କୋହ, ଆବେଗ ତଥା ତାଙ୍କ ବିଷୟରେ ଜାଣି ହୁଏ ନାହିଁ । ନିର୍ବାଚନ ସମୟରେ ଅରୁଣ ସାହୁ ନୂଆପଡାରେ କିଛି ସମୟ ଅତିବାହିତ କରିବା ପରେ ସେହି ଲୋକଙ୍କ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଚମକ୍ତାର ଭାବେ ଏହାକୁ ବର୍ଣ୍ଣନା କରିଛନ୍ତି ବୋଲି ସେ ମତ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଚଇତି ନୃତ୍ୟଗୁରୁ ଉତ୍ସବ ଚରଣ ଦାସ ଯୋଗ ଦେଇ ଜୀବନରେ ସମର୍ପଣ ଭାବ ରହିବା ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । ଶୀତୁଆ ସନ୍ଧ୍ୟା ଗୀତକୁ ନିଜେ ଅରୁଣ ରଚନା କରିବା ସହ ସେଥିରେ ଅଭିନୟ କରିଛନ୍ତି । ଏହି ଗୀତର ଦୃଶ୍ୟରେ ନୟାଗଡ ପର୍ଯ୍ୟଟନର ବିଭବ ପ୍ରଦର୍ଶିତ ହୋଇଛି । ଲେଖକ ଅରୁଣ ସାହୁ ନିଜ ବକ୍ତବ୍ୟରେ ତଳସ୍ତରର ଲୋକମାନେ ପୀଡା ପାଆନ୍ତି ହେଲେ ଉପରସ୍ତରର ଲୋକ ପୀଡା ପାଆନ୍ତି ନାହିଁ ତାହା ହିଁ ମୋର ମର୍ମ ବେଦନା । ଯାହାକୁ ମୁଁ ଏହି ‘ପୀଡା’ ପୁସ୍ତକରେ ଉଲ୍ଲେଖ କରିଛି ବୋଲି ସେ କହିଥିଲେ । ମୁଁ ପୂର୍ବରୁ ଲେଖୁଥିଲି, ହେଲେ ପ୍ରକାଶ କରିପାରୁନଥିଲି ବୋଲି ସେ କହିଥିଲେ । ମୋତେ ଅନେକ ପ୍ରଶ୍ନ ଆସୁଛି । ତାର ମୁଁ ଗୋଟିଏ ଉତ୍ତର ଦେବି ଯେ ଜୀବନରେ ସାଉଁଟୁଥିବା ଅନୁଭବ ଓ ଆବେଗକୁ ସମାଜର ହିତ ପାଇଁ ବିତରଣ କରିଦେବା ଆବଶ୍ୟକ । ସଙ୍ଗୀତର ନିର୍ଦ୍ଦେଶନା ଜାପାନୀ ଭାଇ ଦେଇଥିବା ବେଳେ କଣ୍ଠଦାନ କରିଛନ୍ତି ଚିରାଗଦୀପ । ଅଂଶୁମାନ ଜେନା ପରିଚାଳନା କରିଥିଲେ । ଗତକାଲି ଉତ୍ସବସ୍ଥଳରେ ୪୦୫ ଖଣ୍ଡ ପୀଡା ପୁସ୍ତକ ବିକ୍ରି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking