28.1 C
Bhubaneswar
Friday, September 27, 2024
Homeଓଡିଶାବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସସି ଚେୟାରମ୍ୟାନ୍‌

ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସସି ଚେୟାରମ୍ୟାନ୍‌

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏହି ପଦବୀରେ ତାଙ୍କୁ ଆଗାମୀ ୬ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ଏବେ ସେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ନିର୍ଦ୍ଦେଶକ ସହିତ ୨୦୨୩ ଡିସେମ୍ବର ୩୧ରେ ସେ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ଏଥିସହିତ ରାଜ୍ୟରେ ନୂଆ ସରକାର ଆସିବା ପରେ ରଥଯାତ୍ରାରେ ସମୟରେ ଗୋଟିଏ ଦିନରେ ନବଯୌବନ ଓ ରଥଯାତ୍ରା ପଡୁଥିବାବେଳେ ଏହାକୁ ସୁରୁଖୁରୁରେ ସମ୍ପନ ହୋଇଥିଲା । ଏଥିସହିତ ତାଙ୍କର କାର୍ଯ୍ୟକଳାରେ ତିନୋଟି ନୂଆ ଆପରାଧିକ ଆଇନ ସୁରୁଖୁରରେ ଲାଗୁ କରିବା ସମେତ ବାଲେଶ୍ୱରରେ ସୃଷ୍ଟି ହୋଇଥିବା ଗୋଷ୍ଠୀଗତ ବିଶୃଙ୍ଖଳାକୁ ପୋଲିସ ଦମନ କରି ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking