31.1 C
Bhubaneswar
Sunday, September 22, 2024
Homeଓଡିଶାଅରୁଣ ବଜାର ଗୋଷ୍ଠୀ ସଂଘର୍ଷ ଘଟଣା; ଆସନ୍ତାକାଲି ସକାଳ ଯାଏ ୧୬୩ ଧାରା ବଳବତ୍ତର

ଅରୁଣ ବଜାର ଗୋଷ୍ଠୀ ସଂଘର୍ଷ ଘଟଣା; ଆସନ୍ତାକାଲି ସକାଳ ଯାଏ ୧୬୩ ଧାରା ବଳବତ୍ତର

ଧାମନଗର: ଧାମନଗର ବ୍ଲକ୍ ବୟାଙ୍ଗଡ଼ିହ ପଞ୍ଚାୟତ ପତାକା ବାଉଁଶ ଓପାଡ଼ିବାକୁ ନେଇ ଅରୁଣ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟଣାର ତୃତୀୟ ଦିନରେ ୧୬୩ ଧାରା ବଳବତ୍ତର ରହିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ପୁନର୍ବାର ୨୧ ତାରିଖ ରାତି ୧୦ଟାରୁ ୨୩ ତାରିଖ ସଖାଳ ୧୦ଟା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୨୩ ତାରିଖ ସକାଳ ଯାଏ ୧୬୩ ଧାରା ଜାରି ନେଇ ଧୁଶୁରି ଥାନା ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଅଞ୍ଚଳରେ ପ୍ରଚାର କରାଯାଇଛି।

ଘଟଣାସ୍ଥଳରେ ଧାମନଗର ତହସିଲଦାର ଦୀପକ ଦାସ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତ୍ରିଲୋଚନ ସେଠୀ, ଧାମନଗର ଥାନାଧିକାରୀ ଫନିନ୍ଦ୍ର ଭୂଷଣ ନାୟକ ଓ ଧୂଷୁରୀ ଥାନା ଭାରପ୍ରାପ୍ତ ଥାନାଧିକାରୀ ଶାନ୍ତନୁ ଜେନା ପ୍ରମୁଖ ଉପସ୍ଥିତ ରହିଛନ୍ତି। ଶାନ୍ତି ବଜାୟ ରଖିବାକୁ ଉପଜିଲ୍ଲାପାଳ ମନୋଜ ପାତ୍ର ଉଭୟ ସମ୍ପ୍ରଦାୟର ଲୋକଙ୍କୁ ନିବେଦନ କରିଛନ୍ତି। ଏହି ଘଟଣାରେ ମୋଟ ୩୦ ଜଣଙ୍କ ନାମରେ ଅଭିଯୋଗ ହୋଇଥିବାବେଳେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥିରେ ଆଉ ଯେଉଁମାନେ ସାମିଲ ରହିଛନ୍ତି ତାଙ୍କୁ ଶୀଘ୍ର ଗିରଫ କରାଯିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଥିଲେ।

ସୁଚନା ମୁତାବକ, ମହମ୍ମଦଙ୍କ ଜୟନ୍ତୀରେ ବୟାଙ୍ଗଡ଼ିହ ପଞ୍ଚାୟତ ଅରୁଣ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ରାସ୍ତାକଡ଼ରେ ୧୬ଟି ପତାକା ଲଗାଇଥିଲେ। ଏହି ପତକାକୁ ବୁଧବାର ରାତିରେ କୌଣସି ଦୁର୍ବୃତ୍ତ ଓପାଡ଼ି ଦେଇଥିଲେ। ଏହାକୁ କେନ୍ଦ୍ର କରି ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ଅସନ୍ତୋଷ ପ୍ରକାଶ କରିବା ସହ ଧୁଶୁରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଧୁଶୁରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଥିଲା। ସେହି ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସ୍ଥାନୀୟ ବଜାରରେ ୪ ଜଣ ଦୋକାନୀଙ୍କୁ ଆକ୍ରମଣ କରି ରକ୍ତାତ କରିଦେଇଥିଲେ। ଫଳରେ ଭଦ୍ରକ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ୧୬୩ ଧାରା ୧୯ ତାରିଖ ଅପରାହ୍ନ ୨ଟାରୁ ୨୧ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା। ଶନିବାର ଏହି ଧାରା ଶେଷ ହୋଇଥିବାବେଳେ ପୁନଶ୍ଚ ଏହାକୁ ୨୩ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking