ଭୁବନେଶ୍ୱର: ଯାତ୍ରା ଜଗତରେ ହଇଚଇ ସୃଷ୍ଟି କରିଛି କଳାକାର ମହାସଂଘ ଉପଦେଷ୍ଟା ବାପି ପଣ୍ଡାଙ୍କ ମନ୍ତବ୍ୟ । ଯାତ୍ରା ଜଗତକୁ ନେଇ ବାପି କହିଛନ୍ତି ଯାତ୍ରା କାହାର ପୈତୃକ ସମ୍ପତ୍ତି ନୁହେଁ ଯେ କଳାକାରକୁ ବ୍ୟାନ କରିହେବ । କଳାକାର ଚାହିଁଲେ ଯାତ୍ରା ଅନୁଷ୍ଠାନ ବନ୍ଦ ହୋଇଯିବ । ବିନା କାରଣ ଦର୍ଶାଅ ନୋଟସରେ କେମିତି ବ୍ୟାନ କରିଦେଲେ । ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ବ୍ୟାନ କଲେ କେମିତି? ଆଜିର ଦିନରେ କଳାକାର ସୁରକ୍ଷିତ ନୁହନ୍ତି । ଆଇପିଏଲରେ ନିଲାମ ଭଳି ଯାତ୍ରା କଳାକାରଙ୍କ ନିଲାମୀ ହେଲେ ଫାଇଦା ହେବ । ନରି ପଣ୍ଡାଙ୍କୁ ମାଡ ମାରିବା ଘଟଣାରେ ପୋଲିସର ତଦନ୍ତ ନେଇ ସନ୍ଦେହ ରହିଛି । ଏସବୁ ଦେଖି ଘୃଣା ଆସିଗଲାଣି । ଯାତ୍ରା ଛାଡିବାକୁ ନିଷ୍ପତ୍ତି ନେବାକୁ ଭାବୁଛି ।