15.1 C
Bhubaneswar
Friday, December 19, 2025
Homeଓଡିଶାବାଲିଯାତ୍ରାରେ ଆର୍ଟିଷ୍ଟ ରୀତିକର କଳାର ଆକର୍ଷଣ

ବାଲିଯାତ୍ରାରେ ଆର୍ଟିଷ୍ଟ ରୀତିକର କଳାର ଆକର୍ଷଣ

କଟକ: କଟକ ର ବିଶ୍ବ ବିଖ୍ୟାତ ବାଲିଯାତ୍ରା ପ୍ରସିଦ୍ଧ। ବାଲି ଯାତ୍ରା ଓଡ଼ିଆ ପରମ୍ପରା ଓଡ଼ିଆ ଅସ୍ମିତା ର ପରିଚୟ ସାଧବ ପୁଅ ସାହାସ ନୌବାଣିଜ୍ୟ କଳା ସଂସ୍କୃତି ସ୍ଥାପତ୍ୟ ପରମ୍ପରା ପରିଚୟ କୁ ମନେ ପକାଇବା ଥାଏ lକଟକ ବାଲିଯାତ୍ରା ଏମିତି ଏକ ନାଁ ଯେଉଁ ନାଁ ଟିକୁ ଶୁଣିଲେ ସ୍ବତଃ ପ୍ରବୃତ୍ତ ସମସ୍ତ ଓଡ଼ିଶା ବାସୀ ଆଉ ଓଡ଼ିଆ ପୁଅ ଙ୍କ ମନରେ ଓଡ଼ିଆ ଆଉ ଓଡ଼ିଶା ର ଭରପୂର ଅସ୍ମିତା ଭରା କଳା ସଂସ୍କୃତି ର ଝଲକ୍ ଭରା ଶିହରଣ ସୃଷ୍ଟି ହୁଏ l ଆମର ଗୌରବମୟ ପରମ୍ପରା ଟିଏ ବୋଲି ମନକୁ ଛୁଇଁ ନିଏ।ଏଠି ଏହି ବାଲିଯାତ୍ରା କୁ କାହିଁ କେଉଁ ଦେଶ ବିଦେଶ ରୁ ଭ୍ରମଣକାରୀ, ସଂସ୍କୃତି ପ୍ରେମୀ, କଳାକାର ଆଉ କଳା ପ୍ରେମୀ,ଦେଶର ଓ ରାଜ୍ୟ ର ବିଭିନ୍ନ ସରକାରୀ ବିଭାଗୀୟ ପ୍ରଦର୍ଶନୀ ଓ ପ୍ରଚାର ପାଇଁ, କମ୍ପାନୀ ବ୍ୟବସାୟ ଓ ପ୍ରଚାର ସହ ପ୍ରଦର୍ଶନୀ , ନୂଆନୂଆ ଦୋଳି,ହସ୍ତ ଶିଳ୍ପୀ କାରିଗର ଛୁଟି ଆସିଥାନ୍ତି ତାଙ୍କ ର ବେଉସା ପାଇଁ। ଫଳରେ ବାଲିଯାତ୍ରା କୁ ଆସୁଥିବା ବିଭିନ୍ନ ବର୍ଗ ର ଯାତ୍ରୀ ମାନଙ୍କ ଦ୍ବାରା ନିଶ୍ଚିତ ଭାବରେ ଆଦୃତ ହୋଇ ଥାଏ ଆଉ ମନକୁ ଛୁଇଁ ଥାଏ। ଏହି ପରିପ୍ରେକ୍ଷୀରେ ଓଡିଶାର ବହୁ ଅଂଚଳରେ ବିଭିନ୍ନ ସରକାରୀ ଓ ବେସରକାରୀ ମାଧ୍ୟମ ରେ କଳା କୃତି କୁ ପ୍ରଦର୍ଶନ କରାଇ ସର୍ବ ସାଧାରଣରେ ପ୍ରଶଂସିତ ହୋଇଥିବା ଯାଜପୁର ଜିଲ୍ଲା ର କୋରାଇ ଅଂଚଳ ଆର୍ଟିଷ୍ଟ ରିତିକ୍ ଆଦିତ୍ୟ ଜେନା ତାଙ୍କର ରିତିକ୍ କ୍ରିଏସନ୍ ଗୃପ୍ ତରଫରୁ କଟକ ମ୍ୟୁନିସିପାଲଟି ସହଯୋଗରେ ବାଲିଯାତ୍ରା ର ସ୍ବତନ୍ତ୍ର ଆକର୍ଷଣ ” କଟକ ଏଣ୍ଡ୍ କଟକ” ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ନିଚ୍ଛକ କଟକ ର କଳାକୃତି ଅର୍ଥାତ୍ କଟକୁ ଯେଉଁ ସବୁ ନାମରେ ବାହାର ଲୋକ ଜାଣନ୍ତି ସେହି ସବୁ ନାଁ କୁ ଆଉ ଅନୁଷ୍ଠାନ କୁ ନେଇ କଳାକୃତି ଝଲକ୍ ର ମିନି ମଡେଲ୍ କରିବାର ସୌଭାଗ୍ୟ ପାଇଛନ୍ତି। ଏହି କଳା କୃତି ଆଉ ସ୍ଥାପତ୍ୟ କଳା ମଧ୍ୟରେ ସ୍ଥାନ ପାଇଛି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ସ୍ଥଳୀ ତାର ମ୍ୟୁଜିୟମ୍, ଚଣ୍ଡୀ ମନ୍ଦିର,ଗଡଗଡିଆ ଘାଟ, ଓଡ଼ିଶା ହାଇକୋର୍ଟ ର ପାଭିଲିଅନ୍ ମଡେଲ,କଟକ ରାଣୀହାଟର କ୍ଲକ୍ ଟାଓ୍ବାର୍,କଟକ ନୌବାଣିଜ୍ୟ କେନ୍ଦ୍ର ମ୍ୟୁଜିୟମ୍, କଟକ ବାଲିଯାତ୍ରା ର ସ୍ବାଗତ ତୋରଣ,ବୋଇତ ବନ୍ଦାଣ,କଟକ ବାଲିଯାତ୍ରା କଳା ମଞ୍ଚ , କଟକ ଟାଉନ୍ ହଲ୍- କଟକ ଆର୍ଟ ଗ୍ୟାଲେରୀ, ଶହୀଦ ଭବନ,ଯୋବ୍ରା ଆନିକଟ ସହ ବିଭିନ୍ନ ମିନି ମଡେଲ୍ କରି ବାଲିଯାତ୍ରା ଦର୍ଶକ ମାନଙ୍କୁ ନିଚ୍ଛକ କଟକିଆ ର ପକ୍କା ଅସ୍ମିତା ର ପରିଚୟ କୁ ଦ୍ଵିଗୁଣିତ କରିଛନ୍ତି। ତାଙ୍କ ର ଏହି କଳା କୃତି, ସ୍ଥାପତ୍ୟ କଳା କାର୍ଯ୍ଯ ରେ ଆର୍ଟ ଡାଇରେକ୍ଟର ତଥା ଗ୍ରାଫିକ୍ ଡିଜାଇନର ରିତିକ୍ ଆଦିତ୍ୟ ଜେନା ଙ୍କ ସହ ବି କେ ଆର୍ଟ କଲେଜ୍ ର ଛାତ୍ର ସୁନିଲ୍ କୁମାର୍ ଜେନା ଓ ଜ୍ଞାନ ରଞ୍ଜନ ଜେନା ସହଯୋଗୀ କଳାକାର ଭାବେ ସହଯୋଗ କରିଥିଲେ ।ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟୁଛି। ଓଡିଆ ପୁଅ କେଉଁଟି ହାରେ ନାହିଁ l ଓଡ଼ିଶା ର କଳା ସଂସ୍କୃତି ସ୍ଥାପତ୍ୟ ସମଗ୍ର ବିଶ୍ୱର ରେ ବିରଳ ଓଡ଼ିଆ ବୀର ଓ କଳା ସଂସ୍କୃତି ସ୍ଥାପତ୍ୟ ପରମ୍ପରା ର ଗାଥା ନଦୀ ଓ ପାହାଡ ପର୍ବତ ଗାଉଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking