ଝାଡଖଣ୍ଡ : ଜିନ୍ନତ ପାଇଁ ଝାଡଖଣ୍ଡରେ କଟକଣା । ଶିମିଳିପାଳ ଅଭୟାରଣ୍ୟ ଛାଡି ପଳାଇଥିବା ବାଘୁଣୀ ଜିନ୍ନତ ପାଇଁ ଝାଡଖଣ୍ଡରେ ଏବେ ଚିନ୍ତା ବଢୁଛି । ବାଘୁଣୀ ଭୟରେ ମଙ୍ଗଳବାର ଠାରୁ ୪ଟି ଗାଁରେ ସ୍କୁଲ ବନ୍ଦ ରହିଛି । ଏନେଇ ଅଂଚଳରେ ୧୬୩ ଧାରା ଜାରି କରାଯାଇଛି । ପୂର୍ୱ ସିଂହ ଭୂମି ଜିଲ୍ଲା ଘାଟିସିଆ ଉପଜିଲ୍ଲାପାଳ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । କଟକଣା ପାଇଁ ଚିଆବାନ୍ଧି , କାଡିସିଙ୍ଗା, ବାଲଡ୍ରାଶୋଡ ଓ ଧାଡିକା ଗାଁର ଲୋକେ ବାହାରକୁ ବାହାରୁ ନାହାଁନ୍ତି । ଜିନ୍ନତର ଗତିବିଧି ଉପରେ ଏବେ ସମସ୍ତଙ୍କର କଡା ନଜର ରହିଛି ।