ହରିଦ୍ୱାର: ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅର୍ଥାତ୍ ଆର୍ଥ୍ରାଇଟିସ୍ ବା ଗାଉଟ୍ ଚିକିତ୍ସା କ୍ଷେତ୍ରରେ ପତଞ୍ଜଳି ବୈଜ୍ଞାନିକମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଆୟୁର୍ବେଦ ଆଧାରିତ ଔଷଧ ଅର୍ଥୋଗ୍ରୀଟ୍ ଉପରେ ପତଞ୍ଜଳିଙ୍କ ଏହି ନୂତନ ଗବେଷଣାଜନିତ ସବିଶେଷ ରିପୋର୍ଟ ଏଲସେଭିୟର ପ୍ରକାଶନର ଅନ୍ତର୍ଜାତୀୟ ଗବେଷଣା ପତ୍ରିକା ଫାର୍ମାକୋଲୋଜିକାଲ୍ ରିସର୍ଚ୍ଚରେ ପ୍ରକାଶ ପାଇଛି । ଏହି ଅଧ୍ୟୟନ ଦର୍ଶାଉଛି ଯେ ଅର୍ଥୋଗ୍ରୀଟ୍ ଆର୍ଥ୍ରାଇଟିସ୍ ଦ୍ୱାରା ହେଉଥିବା ପ୍ରଦାହ ବା ଯନ୍ତ୍ରଣାକୁ ହ୍ରାସ କରିବା, କାର୍ଟିଲେଜ୍ କ୍ଷୟକୁ ରୋକିବା ଏବଂ ଆଣ୍ଠୁଗଣ୍ଠିଗୁଡ଼ିକର କାର୍ଯ୍ୟକାରିତା ବଜାୟ ରଖିବାରେ ପ୍ରଭାବଶାଳୀ ।
ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ, ଆଜିର ସମୟରେ ଏପରି କୌଣସି ବୃଦ୍ଧ ବ୍ୟକ୍ତି ନାହାନ୍ତି ଯିଏ ଆଣ୍ଠୁ ଯନ୍ତ୍ରଣାରେ ପୀଡିତ ନୁହଁନ୍ତି । ବର୍ତ୍ତମାନର ଚିକିତ୍ସା ପଦ୍ଧତି କେବଳ ଲକ୍ଷଣ ଉପରେ କାମ କରେ, ମୂଳ ଉପରେ ନୁହେଁ । ଆୟୁର୍ବେଦ ପ୍ରତ୍ୟେକ ରୋଗର ମୂଳ କାରଣ ଚିହ୍ନଟ କରେ ଏବଂ ଏହାର ସମାଧାନ ଉପସ୍ଥାପନ କରେ । ଅର୍ଥୋଗ୍ରୀଟ୍ ହେଉଛି ଆୟୁର୍ବେଦ ଏବଂ ଆଧୁନିକ ବିଜ୍ଞାନର ଏକ ସଙ୍ଗମ, ଯାହା ଆର୍ଥ୍ରାଇଟିସ୍ ଭଳି ଅସାଧ୍ୟ ବିବେଚିତ ରୋଗକୁ ମଧ୍ୟ ମୌଳିକ ଭାବରେ ଦୂର କରିବାର କ୍ଷମତା ରଖେ ।
ଆଚାର୍ଯ୍ୟଙ୍କ କହିବାନୁସାରେ ଅର୍ଥୋଗ୍ରୀଟ୍ ପ୍ରାକୃତିକ ଔଷଧି ଯେପରିକି ଭଚା, ମୋଥା, ଦାରୁହଲଦି, ପିପ୍ପଲମୂଳ, ଅଶ୍ୱଗନ୍ଧା, ନିର୍ଗୁଣ୍ଡି, ପୁନର୍ଣ୍ଣଭା ଇତ୍ୟାଦି ପ୍ରାକୃତିକ ଜଡିବୁଟିରୁ ପ୍ରସ୍ତୁତ ଯାହା ସନାତନ ସଂସ୍କୃତିରେ ପ୍ରାଚୀନ କାଳରୁ ଗଣ୍ଠି ଯନ୍ତ୍ରଣା, ଫୁଲା ଇତ୍ୟାଦିରେ ଲାଭଦାୟକ ବୋଲି ଜଣାପଡ଼ିଛି । ପତଞ୍ଜଳି ଗବେଷଣା ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଅନୁରାଗ ଭାର୍ଷ୍ଣେୟ ଏହି ଅବସରରେ କହିଛନ୍ତି ଯେ, ଆର୍ଥ୍ରାଇଟିସ୍ ଏପରି ଏକ ଦୀର୍ଘକାଳୀନ ରୋଗ ଯାହା ବିଶ୍ୱର କୋଟି କୋଟି ଲୋକଙ୍କୁ ପ୍ରଭାବିତ କରିଆସୁଛି । ଏହି ଗବେଷଣାରେ, ଆମେ ମାନବ କାର୍ଟିଲେଜ କୋଷଗୁଡ଼ିକର ୩ଡି ସ୍ଫେରଏଡ୍ସ ଏବଂ ସି.ଏଲିଗାନ୍ସର ଅଧ୍ୟୟନ କରିଛୁ । ଅର୍ଥୋଗ୍ରୀଟ୍ ମାନବ କାର୍ଟିଲେଜ୍ କୋଷଗୁଡ଼ିକୁ ପ୍ରଦାହର ପ୍ରଭାବରୁ ରକ୍ଷା କରିଥିଲା, ପ୍ରତିକ୍ରିୟାଶୀଳ ଅକ୍ସିଜେନ ପ୍ରଜାତି (ଆରଓଏସ୍) ହ୍ରାସ କରିଥିଲା ଏବଂ ଆଇଏଲ୍-୧ବିଟା ଭଳି ପ୍ରଦାହ ମାର୍କରର ସ୍ତରକୁ ହ୍ରାସ କରିଥିଲା ।
ଏହାସହ ଅର୍ଥୋଗ୍ରୀଟ୍ ଜେଏକେ-୨, ସିଓଏକ୍ସ-୨, ଏମ୍ଏମ୍ପି୧,ଏମ୍ଏମ୍ପି୩, ଏଡିଏଏମ୍ଟିଏସ୍-୪ର ଜିନ୍ଗୁଡ଼ିକର ପ୍ରତିକ୍ରିୟାଗୁଡ଼ିକୁ ମଧ୍ୟ ଉନ୍ନତ କରିଥିଲା । ସି.ଏଲିଗାନ୍ସ ଉପରେ ଅଧ୍ୟୟନରେ ମଧ୍ୟ ଅର୍ଥୋଗ୍ରୀଟ୍ ଏହି ଜୀବମାନଙ୍କର ଜୀବନକାଳ ବୃଦ୍ଧି କରିଛି, ସେମାନଙ୍କର ଦୈନନ୍ଦିନ ଚଳପ୍ରଚଳ ତଥା କାର୍ଯ୍ୟକଳାପକୁ ଉନ୍ନତ କରିଛି ଏବଂ ପ୍ରଦାହ ସହିତ ଜଡିତ ଜିନ୍, ପିଏମ୍କେ-୧, ଏସ୍ଇକେ-୧, ସିଇଡି-୩ର ପ୍ରତିକ୍ରିୟାଗୁଡ଼ିକୁ ନିୟନ୍ତ୍ରଣ କରିଛି । ଏହି ଗବେଷଣା ସ୍ପଷ୍ଟ କରିଛି ଯେ ଅର୍ଥୋଗ୍ରୀଟ୍ କେବଳ ଗଣ୍ଠି ରୋଗର ଲକ୍ଷଣକୁ ହ୍ରାସ କରେ ନାହିଁ, ବରଂ ରୋଗର ଅଗ୍ରଗତିକୁ ରୋକିବାରେ ମଧ୍ୟ ପ୍ରଭାବଶାଳୀ ଅଟେ ।